Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଗାନ୍ଧୀ - ମାଣିପୁର ବାବି ଚନ୍ଦନ


ହେ ଗାନ୍ଧୀ,,,ତୁମେ ଅଛ କେଉଁଠି
ତୁମ ପରେ ତୁମ ନିତି ଚାଲୁନି ଏଠି
ତୁମ ଆର୍ଦଶର ପଥେ ପଥେ,, ଚାଲେ ନିତି ଯିଏ
ଘନ ଅନ୍ଧାରୀ ର୍ଦୁନିତି,,,ଖାଲି ତାକୁ ହିଁ ଝୁଣ୍ଟାଏ
ଅନ୍ଧାରୀ ବାଟକୁ ଦିଅ ତୁମରି ଲାଠି
ହେ ଗାନ୍ଧୀ ,,,ତୁମେ ଅଛ କେଉଁଠି
ସାରା ଭାରତର ଦେଶ,,ଆଜି କ୍ଷମତାର ଦାସ
ଉନ୍ନତି ନାଁରେ ଶୋଷ,,ମାରେ ପିଇ ବିଷ
କଇଁ କଇଁ କାନ୍ଧେ ହେଲେ ଫିଟେନି ପାଟି
ହେ ଗାନ୍ଧୀ,,,,ତୁମେ ଅଛ କେଉଁଠି
ତୁମ ପରେ ତୁମ ନିତି ଚାଲୁନି ଏଠି
ଅହିଂସା ଆର୍ଦଶ ନୀତିର ପିଉଷ
ଥୋଇଲ କୁହ ହେ କାଇଁ
ମଣିଷ ରାକ୍ଷସ ଖାଇ ମଦ ମାସଂ
ଅବାଟରେ ଯାଏ ଧାଇଁ
ଆଉ କେତେଦିନ ଚାଲିବ ଶୋଷଣ
ନାରୀ ହେବେ ନିର୍ଯାତିତ
କନ୍ୟାର ଜନମ ଘରକୁ କର୍ଷଣ
ମା ଚେତନାର ଚିତ
ଲୋକଲଜ୍ୟା ଡରେ ମା ଜାଣି ମାରେ
ନିଜେ ନିଜ ଭୃ୍ଣ କାଟି
ହେ ଗାନ୍ଧୀ ,,,,,ତୁମେ ଅଛ କେଉଁଠି
ତୁମ ପରେ ତୁମ ନିତି ଚାଲୁନି ଏଠି

Post a Comment

0 Comments