Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ଗାନ୍ଧୀ ଜୟନ୍ତୀ - ରମାକାନ୍ତ ମିଶ୍ର


(୧)
ଗାନ୍ଧୀ ତୁମେ ଜନ୍ମି ଥିଲ ଏହି ଦିନ
ଜନ୍ମି ଥିଲା ସତ୍ୟ
ଦୂର ହେଲା ଅସତ୍ୟ
ହସି ଥିଲା ସୁ କୃତ୍ୟ
ସତ୍ୟ ଆଉ ସଦାଚାର
ଭରା ସମାଜର ଗଢି ହୋଇଥିଲା ନକ୍ସା I
(୨)
ଗାନ୍ଧୀ ତୁମେ ଜନ୍ମି ଥିଲ ଏହି ଦିନ
ଆସି ଥିଲା ଅହିଂସା
ଦୁରେଇ ଗଲା ହିଂସା,
ପ୍ରଚଣ୍ଡ ରିରଂସା
ଧର୍ମ ନାମେ ପାଗଳାମି
ଭାଗ ଭାଗ କରିଦେବାର ନିଶା I
(୩)
ଗାନ୍ଧୀ ତୁମେ ଜନ୍ମି ଥିଲ ଏହି ଦିନ
ଆସି ଥିଲା ଧର୍ମ
ପଳାଇ ଗଲା ଅଧର୍ମ
ରହି ଗଲା ସୁକର୍ମ
ମର୍ମେ ମର୍ମେ ପ୍ରେମାଞ୍ଜନ ର
ଥାଳି ଧରି ଭାରତ ବାସୀ ଖୋଜିଲେ ସ୍ୱାଧୀନତା ର ଭାଷା I
(୪)
ଗାନ୍ଧୀ ତୁମେ ଜନ୍ମି ଥିଲ ଏହି ଦିନ
ଫେରି ଥିଲା ଶାନ୍ତି
ଦୂର ହେଲା ଅଶାନ୍ତି
ଜନ୍ମ ନେଲା କ୍ରାନ୍ତି
ସତ୍ୟାଗ୍ରହ ର ଶପଥ ନେଇ
ସ୍ୱାଧୀନତା ଫେରି ପାଇବାର ଅଦମ୍ୟ ଲାଳସା I
(୫)
ଗାନ୍ଧୀ ତୁମେ ଜନ୍ମି ଥିଲ ଏହି ଦିନ
ଫେରି ଥିଲେ ବୁଦ୍ଧ
ଦୁରେଇ ଗଲେ କ୍ରୁଦ୍ଧ
ଜାତୀନାମେ, ଧର୍ମ ନାମେ
ଭାଷା ଆଉ ପ୍ରାନ୍ତ ନାମେ
ଏକତ୍ରିତ ହୋଇ ନୂଆ ଭାରତ ଗଢି ଦେବାର ଆଶା I
(୬)
ଗାନ୍ଧୀ ତୁମେ ଜନ୍ମି ଥିଲ ଏହି ଦିନ
ଜାଗି ଥିଲା ପୌରୁଷ
ପଳାଇଲେ କାପୁରୁଷ
ହର୍ଷିତ ହେଲା ଦେଶ
ସଭିଙ୍କୁ ଏକତ୍ରିତ କରି
ଉନ୍ନତ ମାନ ର ଭାରତ ଗଢିବାର ଭରସା I
(୭)
ଗାନ୍ଧୀ ତୁମେ ଜନ୍ମି ଥିଲ ଏହି ଦିନ
ଫେରି ଆସିଲା ସଦାଚାର
ଦୂର ହେଲା ଅନାଚାର
ବର୍ଦ୍ଧିତ ହେଲା ସୁଵିଚାର
ଭାଇ ବୁକେ ଭାଇ ମିଶି
ଖୋଜିଲେ ପ୍ରକାଶିବା ପାଇଁ ପ୍ରେମର ଭାଷା I
(୮)
ଗାନ୍ଧୀ ତୁମେ ଜନ୍ମି ଥିଲ ଏହି ଦିନ
ଫେରି ଥିଲା ସୁନୀତି
ଦୂରେଇ ଗଲା ଦୁର୍ନୀତି
ବଦଳିଲା ରାଜନୀତି
ସମାଜର ଚାରିପାଖେ
ଜମିଗଲା ସତ୍ୟାଗ୍ରହୀ ଦଳଙ୍କର ଜଲ̖ସା I
(୯)
ଗାନ୍ଧୀ ତୁମେ ଜନ୍ମି ଥିଲ ଏହି ଦିନ
ବଢି ଗଲା ସତ̖ ସାହସ
କରିଦେଇ ହରଷ
ଜାଗି ଉଠିଲା ଉତ୍କର୍ଷ
ଭାଇ ଭାଇ, ଜାତି ଜାତି, ଧର୍ମ ଧର୍ମ
ମଧ୍ୟେ ରହିଲାନି ଆଉ ତିଳେ ହେଲେ ଭେଦ ଭାଷା I
(୧୦)
ଗାନ୍ଧୀ ତୁମେ ଜନ୍ମି ଥିଲ ଏହି ଦିନ
ଜାଗୀ ଥିଲା ଭାରତ
ହୋଇଥିଲା ସମ୍ମାନିତ
ପୁଷ୍ପିତ ଆଉ ଆନନ୍ଦିତ
ଯୁଗ ଯୁଗ ଧରି କ୍ଷରୁ ଥିବ ଅମୃତ
ସାରା ଦେଶ ନାଚୁ ଅଛି ପାଇ ସ୍ୱାଧୀନତାର ବର୍ଷା I

ଶ୍ରୀ ରମାକାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮
ଶୈଳଶ୍ରୀ ବିହାର, ଭୂବନେଶ୍ୱର - ୭୫୧୦୨୧
ମୋବାଇଲ – ୯୯୩୭୨୬୮୦୧୨

Post a Comment

0 Comments