Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଗାନ୍ଧୀ ହେ ତୁମେ ଥରେ ଫେରିଆସ - ପ୍ରଣତି ମହାପାତ୍ର


୧୫୦ ତମ ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ମୋର କବିତାର ଏ ଭକ୍ତି ପୁଷ୍ପାଞ୍ଜଳି

ଗାନ୍ଧୀ ହେ ତୁମେ ଥରେ ଫେରିଆସ
ସ୍ଵପ୍ନକୁ ତୁମର ସାକାର କରି
ସଭିଙ୍କ ମୁହଁରେ ଫୁଟାଅ ହସ,
ଗାନ୍ଧୀ ହେ ...
ଖଣ୍ଡେ ବାଡ଼ି ଧରି ଏକତା ମନ୍ତ୍ରରେ
ସଭିଙ୍କ ହୃଦରେ ଜଗାଇଥିଲ
ଅମାପ ଆତ୍ମ ବିଶ୍ୱାସ।
ଗାନ୍ଧୀ ହେ ତୁମେ...
ସରଳତା ତୁମ ରୂପଠାଣୀ,
ଅସୀଠାରୁ ତୀକ୍ଷ୍ଣ ତୁମ ବାଣୀ,
ଶୁଣି ଇଂରେଜଙ୍କ ଉଡିଲା ହୋସ।
ଗାନ୍ଧୀ ହେ ତୁମେ...
ଗୋରା ସରକାର ଶାସନ କାଳେ
ଲୁଟୁଥିଲେ କେତେ ନାରୀ ସମ୍ପତ୍ତି
ଶବଦର ଶକ୍ତ ପାହାର ବାଡେଇ
ବିଦାକରିଥିଲ ରାତି ରାତି,
ସ୍ବାଧୀନର ମଜା ଚଖେଇ ତ ଦେଇ
ଛାଡ଼ି ଚାଲିଗଲ ଆମରି ପାଶ।
ଗାନ୍ଧୀ ହେ ତୁମେ...
ଆଜି, ନାରୀ ମାଂସ
ଲୋଭୀ କାମୁକଲମ୍ପଟ,
ନିର୍ଭୟେ ବୁଲନ୍ତି ସାଜି ଭଦ୍ରବେଶ,
ଅହିଂସାର ମନ୍ତ୍ର ପାଶୋରି ପକାଇ
ସମ୍ପର୍କ ଭୁଲନ୍ତି ସାଜି ରାକ୍ଷସ।
ଗାନ୍ଧୀ ହେ ତୁମେ...
କୁଟି ଖାଅ ପୁଣି କାଟିକି ପିନ୍ଧ
ମହାମନ୍ତ୍ର ପରା ଥିଲା ତୁମର ,
ବିଦେଶୀ ପବନେ ବାଇଆ ହୋଇଣ
ବଢିଲାଣି କର୍ମ କୋଢିଙ୍କ ବଂଶ।
ଗାନ୍ଧୀ ହେ ତୁମେ...
ରାମରାଜ୍ୟ ଆଜି ଇତିହାସ କରି
ନିଜକୁ ଭାବନ୍ତି ଦେବଦେବେଶ,
ଆକୁଳେ ବିକଳେ ଏକସ୍ଵରେ ଏଠି
ବାପୁ ବାପୁ ବୋଲି ଡାକେ ଏ ଦେଶ।
ଗାନ୍ଧୀ ହେ ତୁମେ ଥରେ
ଥରେ ଫେରିଆସ,
ଗାନ୍ଧୀ ହେ ତୁମେ...

ପ୍ରଣତି ମହାପାତ୍ର, ଶିକ୍ଷୟିତ୍ରୀ
ଫକୀରମୋହନ ନଗର, ବାଲେଶ୍ଵର

Post a Comment

0 Comments