Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଦୁର୍ଗତି ନାସିନୀ - ରାହାସ କୁମାର ବେହେରା


ଦୁର୍ଗତି ନାସିନୀ ଦୁର୍ଗା ମଙ୍ଗଳ କାରିଣୀ
ଶକ୍ତିଦାୟୀ ମୁକ୍ତିଦାୟୀ ସଙ୍କଟ ହାରିଣି।
ସର୍ବ ଦେବାଦେବୀ ରୋଷ ପର୍ବତ ପ୍ରମାଣ
କାତ୍ୟାୟନ ୠଷି ବଳେ କଲେ ଆବାହନ।
ଯଜ୍ଞକୁଣ୍ଡ ମାୟା ବୀଜୁ ହୋଇଲ ଉତ୍ପର୍ନ
କାତ୍ୟାୟିନୀ ନାମ ବହି ମହିଷାମର୍ଦ୍ଧନ ।
ଶିବଙ୍କ ତେଜରୁ ମୁଖ ଆହାକି ସୁନ୍ଦର
ଜମଙ୍କ ତେଜରୁ କେଶ ଅତି ମନୋହର ।
ବିଷୁଙ୍କ ଆଶିଷେ ଭୁଜ ଚନ୍ଦ୍ର ତେଯେ କୁଚ
ଇନ୍ଦ୍ର ତେଜେ ମଦ୍ୟଭାଗ ଅଦ୍ଭୁତ ଆଶ୍ଚର୍ଯ୍ୟ ।
ବରୁଣ ତେଜରୁ ଊରୁ ଜଙ୍ଘ ଶୋଭାବନ
ବ୍ରହ୍ମାଙ୍କ ତେଜୁ ଚରଣ ପଙ୍କଜ ଦର୍ଶନ ।
ନିତମ୍ବ ପୃଥିବୀ ତେଜୁ ସୂର୍ଯ୍ୟ ଯେ ଅଙ୍ଗୁଷ୍ଠି
ନବପ୍ରଜାପତି ତେଜୁ ମୁଖ ଦନ୍ତକାନ୍ତି ।
ଧନାଧିପତି କୁବେର ତେଜରୁ ନାଶିକା
ଅଗ୍ନୀଙ୍କ ତେଜେ ତ୍ରିନେତ୍ରୁ ଝରେ ଅଗ୍ନି ଶିଖା।
ସଂନ୍ଧ୍ୟାର ତେଜୁ ଭ୍ରୁକୁଟୀ ପବନ ଯେ କର୍ଣ୍ଣ
ସର୍ବଦେବଗଣ ବିଶ୍ୱକର୍ମା ଏକାକାର ।
ଦେଖି ଦିଵ୍ୟ ଚାରୁ କାନ୍ତି ଅନେକ ଆନନ୍ଦ
ଜୟ ଜୟ ମହମାୟୀ କଲେ ଆବାହନ।
ବିନ୍ଧ୍ୟପୁର ବସିନୀ ମା ତୁହି ଦଶ ଭୁଜା
ତ୍ରିପୁର ମୋହିନୀ ଦୁର୍ଗା କରନ୍ତି ଯେ ପୂଜା ।
ନାନା ଅସ୍ତ୍ର ଧରି ହସ୍ତେ ହୋଇଲେ ବାହାର
ଦୁଷ୍ଟକୁ ସଂହାରୀ ମହୀ ମାଗୋ ରକ୍ଷା କର ।
ବ୍ରହ୍ମା ଦେଲେ କମଣ୍ଡଳୁ ଵିଷ୍ଣୁ ଦେଲେ ଚକ୍ର
ଶିବ ଦେଲେଯେ ତ୍ରିଶୂଳ,ଜମ କାଳଦଣ୍ଡ ।
ଇନ୍ଦ୍ର ବଜ୍ର, ଘଣ୍ଟା ଆଉ ଅଗ୍ନି ଦେଲେ ଶକ୍ତି
ବରୁଣ ପାଶ ଓ ଶଙ୍ଖ ଦେବୀଙ୍କୁ ଦିଅନ୍ତି ।
ଅକ୍ଷମଳା ସ୍ନେହେ ଦେଲେ ଦକ୍ଷପ୍ରଜାପତି
ଧନୁର୍ବାଣେ ସର ଯୋଖି ପବନ ଦିଅନ୍ତି ।
ଲହ ଲହ ଜିହ୍ନା ମାଗୋ କାଳର ଆଶିଷ
ଦିଵ୍ୟ ଜ୍ୟୋତି ଆଭା କାନ୍ତି ସୂର୍ଯ୍ୟଦେଇ ତୋଷ ।
କ୍ଷୀର ସମୁଦ୍ରରେ ଦେବୀ କଲେ ମହାସ୍ନାନ
ନାନା ଆଭୂଷଣମାନ ଶ୍ରୀଅଙ୍ଗେ ପିନ୍ଧିଣ ।
ଚନ୍ଦ୍ରମା ପାଦେ ଖଞ୍ଜିଲେ ପାଦର ପାହୁଡ଼
ବାହୁରେ ପିନ୍ଧେଇଦେଲେ ଯତ୍ନେ ବାହୁବନ୍ଧ ।
କଣ୍ଠରେ ପିନ୍ଧିଲେ ଦେଖ ମାଗୋ ଚାପସରି
ଅଙ୍ଗୁଷ୍ଠି ରେ ହୀରା ନୀଳା ମୁଦ୍ରିକାରେ ଭରି।
ଅଭେଦ୍ୟ କବଚ ଦେହେ ବଜ୍ର ପାୟେ ଦିଶେ
ଦିଵ୍ୟ ଖଡ୍ଗ ,ପାନପାତ୍ର ଧରି ନିଜ ହସ୍ତେ ।
ମଣିଖଚିତ ସର୍ପଯେ ଗଳେ ଲମ୍ବାଇଲେ
ଅନନ୍ତ ନାଗ ଯାହାକୁ ଶ୍ରଦ୍ଧାରେଟି ଦେଲେ ।
ପଶୁରାଜ ହିମାଳୟୁ ହୋଇଲେ ବାହାର
ବାହାନ କରି ଚମଣ୍ଡା ହୋଇଲେ ସବାର ।
ଘୋର ଯୁଦ୍ଧରେ ମହିଷା ଲିପାତ ହୋଇଲା
ଅନ୍ୟାୟ ଅଧର୍ମ ପଣେ ଜୀବନ ହରିଲା ।
ଶକ୍ତିମୟୀ ଶାକମ୍ବରୀ ତୁହିମା ତାରିଣୀ
ତୁହିମା କଟକ ଚଣ୍ଡୀ ତୁହିମା ଗଉରୀ ।
ନାନା ରୂପ ଧରି ପୂଜା ପାଉଅଛ ନିତି
ଯୁଗେ ଯୁଗେ ପାପ ପରେ ତୁମରି ରାଜୁତି ।
ଅନେକ ମହିଷାସୁର ଆଜି ସଂସାରରେ
ଦଳିତ ଲାଞ୍ଚିତ ନାରୀ ପୁଣି ସମାଜରେ ।
ନାହିଁ ସେ ଗାରିମା ଯାହା ଅତୀତରେ ଥିଲା
ଅନ୍ୟାୟ ଅନୀତି ବଢି ଅସହ୍ୟ ହୋଇଲା ।
ଆଜି ପୂଜା ମଣ୍ଡପରେ ପାଉଅଛ ପୂଜା
ତୋର କୀର୍ତ୍ତୀ ଜୟ ଗାନେ ଉଦୁଅଛି ବାନା ।
ଅଧର୍ମ ଅନ୍ୟାୟ ସବୁ କରିଦିଅ ଶେଷ
ସରଣ ମା ପାଦ ତଳେ ଆଶିଷ ବରଷ ।

ରାହାସ କୁମାର ବେହେରା,
ଵାଲ୍ୟମ୍ବା, ଭାପୁର, ଢେଙ୍କାନାଳ

Post a Comment

0 Comments