Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଦିଅ ମାଁ ଶରଣ - ଘନଶ୍ୟାମ ସାହୁ


ଜଗତଜନନୀ ଦୁର୍ଗା ଦୁର୍ଗତିନାଶିନୀ ବିଜେ ହେବେ ଧରାପୃଷ୍ଠେ ଦେବୀ କାତ୍ୟାୟନୀ । ମା ବସୁଧା ଉତ୍କଣ୍ଠିତା କରିବ ସ୍ୱ।ଗତ ନାନା ସଜବାଜେ ତେଣୁ ହେଉଛି ପ୍ରସ୍ତୁତ । ସଜାଡ଼ି ରଖୁଛି ନାନା ଫଳପୁଷ୍ପମାନ ଭକ୍ତି ଭରେ ଦେବୀଙ୍କୁ ସେ କରିବ ଅର୍ପଣ । ପ୍ରଭାତେ ସେ ଦୁର୍ବାଦଳେ ଶିଶିର ମୁକ୍ତାକୁ ଭେଟି ଦେବ ବସୁମତୀ ହରଷେ ଦେବୀଙ୍କୁ । ଶୁଭ୍ର କାଶତଣ୍ଡୀ ବିଲ ପଠାମାଳ ଶୋଭା ଧରିତ୍ରୀ କି ଶୁଦ୍ଧ ଶୁଭ୍ର ବସ୍ତ୍ରେ ଅଛି ଉଭା । ନିର୍ମଳ ନଭ ମଣ୍ଡଳେ ଚନ୍ଦ୍ର ତାରାଗଣ ରଜନୀ ରେ ମହୀ ଯେହ୍ନେ ଇନ୍ଦ୍ରର ଭୁବନ। ଶରତପ୍ରଦୋଷେ ଚନ୍ଦ୍ରାଲୋକେ କୁମାରୀଏ ଜହ୍ନିଓଷା ହୁଳହୁଳି କେତେ ମଜା ଥାଏ । ସବୁଜ କେଦାରେ ଭରା ଶସ୍ୟ ହିଲ୍ଲୋଳରେ ଅପୂର୍ବ ପୁଲକ ଆଣେ କୃଷକ ମନରେ । ଶାନ୍ତ, ସ୍ନିଗ୍ଧ,ନୀଳାକାଶ ସ୍ୱଚ୍ଛ ଜଳଧାରା ଶୁଦ୍ଧ ପରିବେଶେ ଦେବୀ ଅବତାରୀ ଧରା । ବାଜିଲାଣି ଢୋଲ ଝାଞ୍ଜ ମହୁରୀ ନିଶାଣ ଶୁଭିଲାଣି ହୁଳହୁଳି ନାମ ସଂକୀର୍ତ୍ତନ । ଜଗତେ ଆସୁରୀଶକ୍ତି ବଢ଼େ ଦିନୁଁ ଦିନ ଅତ୍ୟାଚାର, ଦୂରାଚାର, ଶୋଷଣ, ଅଜ୍ଞାନ । ଆସ ମାତା ଦେବୀ ଦୁର୍ଗା ଦୁରିତ ନାଶିନୀ ନାଶ ଦୁଷ୍ଟ ଶକ୍ତି ଶାନ୍ତି ବିରାଜୁ ମେଦିନୀ । କରୁଛୁ ମିନତି ମାଗୋ ଘେନ ନିବେଦନ ଜଗତକଲ୍ଯାଣ ହେଉ ଦିଅ ମାଁ ଶରଣ ।

ଘନଶ୍ୟାମ ସାହୁ ଯୁଗ୍ମ ସମ୍ପାଦକ--ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡ।, ପୋ:ଅ: କିଶୋର ଗଞ୍ଜ , ଜିଲ୍ଲା-ଅନୁଗୋଳ, ମୋବାଇଲ ନମ୍ବର--୯୪୩୭୬୬୪୫୩୭, ପିନ୍ କୋଡ--୭୫୯୧୨୭

Post a Comment

0 Comments