Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ଚାଷୀ ଆତ୍ମହତ୍ୟା - ପ୍ରଶାନ୍ତ କୁମାର ନାଥ


ଚାଷ ବାସ ଏଠି ଉଜୁଡି ଯାଉଛି
ଚାଷୀ କରେ ଆତ୍ମହତ୍ୟା
କେତେବେଳେ ଆସେ ଘୋର ମରୁଡି ଯେ
କେବେ ବନ୍ୟା ଆଉ ବାତ୍ୟା।
ଗଜା ମରୁଡି ଯେ ହୋଇଯାଏ କେବେ
କେବେ ପୁଣି ହୁଏ ଧୋଇ
ଅଭାବୀ ବିକିରି ହୁଏ କେବେ ପୁଣି
କାହାକୁ ପାରେନି କହି ।
ପାଚିଲା କ୍ଷେତରେ ପାଣି ପସି କେବେ
କରିଦିଏ ସବୁ ନଷ୍ଟ
ଚାଷୀ ଟିଏ ହୋଇ ବଂଚିକି ରହିବା
ହୋଇଲାଣି ଭାରି କଷ୍ଟ ।
ସୁନାର କ୍ଷେତ ଟେ ଗଢ଼ିବ ବୋଲିକି
ମନେ ବାନ୍ଧି କେତେ ଆଶା
ସକାଳରୁ ସଞ୍ଜ ଖଟଇ ବିଲରେ
କେତେ ଆନନ୍ଦରେ ଚଷା ।
ସେହି ଆଶା ଯେବେ ମରିଯାଏ ତାର
ଥରେ ନୁହେଁ ବାରମ୍ବାର
କାହାକୁ ଭରଷା କରି ସେ ବଞ୍ଚିବ
କେ କରିବ ପ୍ରତିକାର ।
ଭରଷା ର ବନ୍ଧା ଭୁଶୁଡ଼ିଲା ପରେ
ପରେ ନାହିଁ ସିଏ ସହି
ମରିଯାଏ ସିଏ ବିଷ ଖାଇ ଅବା
ନହେଲେ ଦଉଡ଼ି ଦେଇ ।

Post a Comment

0 Comments