Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ବନ୍ଧା ରଖିଲି ଏ ଜୀବନ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର



ଆଜି ମୁଁ ଆସିଛି କାଳିଆ ତୋ ଦର୍ଶନ ପାଇଁ
ଉତ୍କଣ୍ଠା ଅଧୀରେ ବ୍ୟାକୁଳେ ଉଡେ ମନ ଚଢ଼େଇ ।।

ଏମନ ଟା ବଣ ଚଢ଼େଇ ନହୁଇ ଆୟତ
ଅଙ୍କୁଶ ବିହିନ ବଣୁଆ ହାତୀ ହୁଏ ଯେମନ୍ତ ।।

ତୁମେ ପରା ଦକ୍ଷ କିରାତ ଅଠାକାଠି ର କାଣ୍ଡେ
ଧରି ଆଣି କର ଆୟତ ବାନ୍ଧି ରଖିଣ ଦଣ୍ଡେ ।।

ତୁମେ ଅଟ ଶ୍ରେଷ୍ଠ ମାହୁନ୍ତ ଧରି ଅଙ୍କୁଶ କରେ
ମୋର ମନ ମତ୍ତ ହସ୍ତୀକୁ ଆୟତ କର ବାରେ ।।

ପଞ୍ଜରୀ ରେ ରହି ତୁମର ନାମ ନିତ୍ୟ ଗାୟନ
କରି କରି ଛାଡ଼ି ଯାଉ ହେ ଏହି ପକ୍ଷୀ ଜୀବନ ।।

ତବ ଯାତ୍ରା ପଥେ ଆଗ୍ରତେ ଆଗେ ଆଗେ ଚାଲିବି
ଚାଲି ଚାଲି ହାତୀ ଜୀବନ ଗଲେ ମୁକ୍ତି ଲଭିବି ।।

ଚଢେଇ ହେଉ କି ହାତୀ ହେ ସେତ ତୁମରି ଦାନ
ତୁମପଦେ ବନ୍ଧା ରଖିଲି ମୋର ଏହି ଜୀବନ ।।

ଦୀନ, ଦୁଃଖୀ ବୋଲି, ନକରି ହୀନିମାନ, ହେ ନାଥ
ଶ୍ରୀପଦେ ଆଶ୍ରୟ ଦେବହେ ପ୍ରଭୁ ଦୁଃଖୀ ସଙ୍ଗାତ ।।

କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

Post a Comment

0 Comments