ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ଅପୂର୍ବ ମୂର୍ତ୍ତି - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଅପୂର୍ବ ମୂର୍ତ୍ତି - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଦେଖିବି ତୁମର ଅପୂର୍ବ ମୁର୍ତ୍ତି
ଫୁଲରେ ଝଟକୁଥିବ ସେ କାନ୍ତି
ଦରଶନେ ପ୍ରାଣ ଲଭିବ ଶାନ୍ତି
ତୁମେତ ମୋର ଗତି ମୁକତି
ଦେଖିବି ତୁମର ଅପୂର୍ବ…।।

ହୃଦୟ ମୋର ରତନ ବେଦୀ
ସାଇତି ରଖିଅଛି
ଆସ ହେ ନାଥ ଆସିନ ହୁଅ
ଆଉ ମାଗୁନି କିଛି
ଦେଖିବି ତୁମର ଅପୂର୍ବ…।।

ଝରୁ ହେ ପ୍ରେମ ଭକତି ସୁଧା
ତବ ସେବାରେ ରହି
ପାନ କରିବି ଅମୃତ, ଭାବ—
ସମୁଦ୍ରେ ଡୁବଦେଇ
ଆସ ମୋ ପ୍ରାଣ ନାହା ,
ଆସ ମୋ ପ୍ରାଣ ନାହା
ସତେକି ତୁମେ କୋଳେଇ ନେଇ
କରିବ ମୋତେ ସାଥି ,
ଦେଖିବି ତୁମର ଅପୂର୍ବ…।।

ପ୍ରଫୁଲ୍ଲ ପ୍ରାଣ ହୁଏ ଅଧୀର
ଦିଅ ହେ ଚିର ମୁକ୍ତି
ଜୀବନ ଦୀପ ଲିଭିଲେ, ଯିବି
ତୁମରି ଦେହେ ମିଶି
ଦେଖିବି ତୁମର ଅପୂର୍ବ…।।

0 Comments