Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଅଫେରା କୁଆଁରୀ ଅଭୁଲା ଜହ୍ନ - ସିଦ୍ଧେଶ୍ଵର ତ୍ରିପାଠୀ


ତୁମେ ମୋ ଜୀବନେ
ଅଫେରା କୁଆଁରୀ
ଗୋଟେ ଅବଶୋଷ ସାରା ଜୀବନ
ଲୁହକୋହ ଭରା
ମୋ ପ୍ରେମ କାହାଣୀ
ଦୂର ଦେଶେ ସେଇ ଅଭୁଲା ଜହ୍ନ - - -

କୁଆଁରୀ ବୟସ ତୁମେ ହଜେଇଛ
ମୋ ଠାରୁ ଛଡେଇ ପୁନେଇଁ ରାତି
ସାତ ଜନମର ସାଥୀ ହେବ କହି
ଆଉ କା ସିନ୍ଦୂରେ ଭରିଛ ସିଂଥି ।

ତୁମ ମନ ଆଜି ଖୁସିରେ ନାଚୁଛି
ବିରହ ନିଆଁରେ ଜଳେ ମୋ ମନ
ତୁମେମୋ ଜୀବନେ
ଅଫେରା କୁଆଁରୀ
ଗୋଟେ ଅବଶୋଷ ସାରା ଜୀବନ - - -

ତୁମ ମିଠା କଥା ଛଳନା କବିତା
ମୋତେ ଶୁଣେଇଛ ଅନେକ ଥର
ମିଛେ ଭଲପାଇ ତୁମେ ଭୁଲିଗଲ
ତୁମକୁ ଭୁଲିନି ଏମନ ମୋର ।

ତୁମ ଅଗଣାରେ ପ୍ରୀତିଝରା ମେଘ
ମୋ ମନ ମନ୍ଦିରେ ଖାଲି ଦହନ
ତୁମେ ମୋ ଜୀବନେ
ଅଫେରା କୁଆଁରୀ
ଗୋଟେ ଅବଶୋଷ ସାରା ଜୀବନ - - -

ସିଦ୍ଧେଶ୍ଵର ତ୍ରିପାଠୀ
କୁଣ୍ଡିଲୋ, କେରଙ୍ଗ, ଖୋରଧା
ଦୂରଭାଷ - ୮୦୧୮୬୪୬୭୦୪

Post a Comment

0 Comments