Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଅପେକ୍ଷାରତ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର


ଖୋଲିଦେଇ ବେଣୀ
ପ୍ରତିଜ୍ଞାବଦ୍ଧ ଯାଜ୍ଞସେନୀ
ଦୁଃଶାସନ ରକ୍ତ ପ୍ରତିକ୍ଷା ରେ
ମହାଭାରତ ଯୁଦ୍ଧ ପାଇଁ କୁରୁକ୍ଷେତ୍ର
ଅପେକ୍ଷା ରେ  ।।
ଶକୁନି ର ପିତୃପୁରୁଷ
ଏବେ ବି ଅପେକ୍ଷା ରତ
କୁରୁବଂଶ
କେବେହେବ ଧ୍ବଂସ ।।
ଅପେକ୍ଷା ରେ ଦୁର୍ଯ୍ୟୋଧନ
ଅପାଣ୍ଡବା କରିବ ଧରଣୀ
ଭୋଗିବାକୁ
ନିଷ୍କଣ୍ଟକ ରାଜ୍ୟ  ।।
“ସୁତପୁତ୍ର, ଅପମାନ
ପ୍ରତିଶୋଧ ଅପେକ୍ଷା ରେ
ଅଙ୍ଗରାଜ କର୍ଣ୍ଣ
କରିବାକୁ ପାର୍ଥ ର ନିଧନ  ।।
ପକ୍ଷ, ପ୍ରତିପକ୍ଷ ସମସ୍ତ ଙ୍କ ଅପେକ୍ଷା ,
ଏଠି ନିୟତି ବି ଅପେକ୍ଷା ରତ
କରିବାକୁ
ଧର୍ମ ସଂସ୍ଥାପିତ । ( ୨)
କପଟ ପଶାଖେଳ,
ଗାନ୍ଧାରୀ ଙ୍କ ତୁଚ୍ଛା ଅନ୍ଧ ଅଭିନୟ
ଅନ୍ଧ ଧୃତରାଷ୍ଟ୍ର ,
ଏବେ ହସ୍ତିନା ର ଭାଗ୍ୟ ନିୟଂତ୍ରକ ।
“ଯୁଦ୍ଧ କ୍ଷେତ୍ରେ ଶରଶଯ୍ୟାରେ
ଶାୟିତ ସ୍ଵଂୟ ଭୀଷ୍ମ ପିତାମହ
ମୃତ୍ୟୁ ଅପେକ୍ଷାରେ,
ଅବିରତ ଘୁରେ ଦେଖଏଠି କାଳଚକ୍ର  ।।
ଖେଳ ଖାଲି ରକ୍ତ ଆଉ ମୃତ୍ୟୁର ,
ଅହମିକା ଅହଂକାର ର
ସୁର,ବୀର,ରଥୀ, ମହାରଥୀ
ତୁଚ୍ଛା ବଡିମା ତୁଚ୍ଛା ବଳବୀର୍ଯ୍ୟ ।
ସବୁର ନିୟନ୍ତ୍ରକ ଜଣେ
ସେହିଁ କରେ ସୃଷ୍ଟି କରେ ବି ସଂହାର
ଆଜି ଦେଖ ରକ୍ତିମ ରଙ୍ଗରେ
ଅପେକ୍ଷାରତ ଅସ୍ତଗାମୀ ସୂର୍ଯ୍ୟ  ।।

କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା

Post a Comment

0 Comments