Information

ଅନ୍ତହୀନ କାହାଣୀ - ସିଦ୍ଧେଶ୍ଵର ତ୍ରିପାଠୀ

ଫିକା ମନ ଫେରାର ଫଗୁଣ ଭଙ୍ଗା ସ୍ୱପ୍ନ ଶୁଖିଲା ଶ୍ରାବଣ ଉଆଁସର ଆକାଶରେ ମାଳ ମାଳ ତାରା ଗଣ ହେଲେ କିନ୍ତୁ ସେ ଜହ୍ନ ଉଭାନ ଫିକା ମନ ଫେରାର ଫଗୁଣ ---- ଆଖି କୋଣେ ଅସରନ୍ତି ଲୁହ କେତେ ଲାଜ କେତେ ପୁଣି ଭୟ ଅସହାୟ ଜୀବନଟା କେତେ ଅନ୍ତରଦାହ ଛିଟା ଏ ଦେହରେ ଅଜଣା ଦହନ ଫିକା ମନ ଫେରାର ଫଗୁଣ ------ ଅନ୍ତ ହିନ ଏ ଯେଉଁ କାହାଣୀ ଦିନ ସରେ ଭୁଲିବି ହୁଏନି କହିବାର ସହିବାର କଥା ପାଖ ଛାଡି କେବେବି ଯାଏନି ମଉଳେନି ପ୍ରୀତି ମଧୁବନ ଫିକା ମନ ଫେରାର ଫଗୁଣ ------ ଜଳୁଥିବ ଏ ସ୍ମୁତି ସଳିତା ରହିଥିବ କାଳ କାଳ କଥା ଦୁନିଆର କୋଟିଏ ପ୍ରଶ୍ନର ଅଜଣାସେ ଗୋଟିଏ ଉତ୍ତର ଲୁଚିଯିବ ଆସିଲେ ମରଣ ଫିକା ମନ ଫେରାର ଫଗୁଣ ଭଙ୍ଗା ସ୍ବପ୍ନ ଶୁଖିଲା ଶ୍ରାବଣ -------- ସିଦ୍ଧେଶ୍ଵର ତ୍ରିପାଠୀ
କୁଣ୍ଡିଲୋ, କେରଙ୍ଗ, ଖୋରଧା

Post a Comment