Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଅନନ୍ୟା - ସଦାନନ୍ଦ ସାହ


ନାରୀ ପ୍ରୀତି ରାଣୀ ସୁନାର ଘରଣୀ
ମନ ପରା ମୋହି ନିଏ ;;
ଦୁଃଖରେ ସୁଖରେ ପ୍ରେମ ପରଶରେ
ନିଜକୁ ହଜେଇ ଦିଏ !!!!

ସାଜେ ସେ'ଅନନ୍ୟା ପୁଣି ରାଜ କନ୍ୟା
ସୁରମ୍ୟ ମହଲେ ରାଣୀ ;;
ଆହାକି ତା'ରୂପ ବର୍ଣ୍ଣନା ସାପେକ୍ଷ
ଝୁରି ହୁଏ ଚନ୍ଦ୍ର ମଣି !!!

ପ୍ରେମପୂଜାରିଣୀ ସେ'ରାଜ ନନ୍ଦିନୀ
ମଙ୍ଗଳ କାମନା କରେ ;;
ବାରମାସେ ତେର ପାଳଇ ବରତ
ଉପବାସେ ଦିନ ସରେ !!!!

ଗଢେ ସୁନା ବସା ଭରି ଦେଇ ଅଶା
ନୂଆ ନୂଆ ସ୍ୱପ୍ନ ଭାସେ ;;
ନୀଡ଼ର ସାବକ ସ୍ନେହଁର ପ୍ରତୀକ
ସମର୍ପଣେ ପ୍ରୀତି ହସେ !!!

ଆହାକି ସଂପର୍କ କରେନା ବିତର୍କ
ମଧୁଶେଯେ ସ୍ମିତ ହାସ୍ୟ ;
ପବିତ୍ର ଏପ୍ରେମ ପ୍ରଭୁ କୃପା ଦାନ
ଗ୍ରହଣୀୟ ସଦା ନିତ୍ୟ !!!

ଆଜିର ଅନନ୍ୟା ସତେ ସୁନା କନ୍ଯା
ସର୍ବଗୁଣେ ପରିପୂର୍ଣ୍ଣା ;;
ପ୍ରତିଭା ସମ୍ପର୍ଣ୍ଣା ସେ'ପୁଣି ଅପର୍ଣ୍ଣା
ଲକ୍ଷ୍ମୀଦେବୀ ଅନ୍ନପୂର୍ଣ୍ଣା !!

ଘରୁ ଗୋଡ କାଢ଼ି ଦେଲାଣି ସଜାଡ଼ି
ସମାଜର ବ୍ୟଭିଚାର ;;
ସେଯେ'ମାରିପାରେ ସେଯେ 'ତାରି ପାରେ
ମାତୃ ରୂପେ ଦିଏ ନୀର !!!

ହେ'ମାଆ ଅନନ୍ୟା ତୁ'ଯେ ମଧୁ କନ୍ୟା
ପ୍ରୀତି ର ପରଶ ଦେ ;;
ପ୍ରେମ ରଙ୍ଗ ତୋର ସ୍ନେହଁର ସ୍ୱାକ୍ଷର
ପଣତ ତୁ ଢାଙ୍କି ଦେ !!

ତୋ'ମଧୁ ସ୍ପର୍ଶରେ ସଜ ଫୁଲ ଫୁଟେ
ସ୍ୱର୍ଣ୍ଣମୟୀ ମାଆ ରାଣୀ;
ହେ'ମାଆ ଅନନ୍ୟା ତୁ'ସୁଖ ବନ୍ୟା
ସର୍ବେ ତୋ'ର ଚିର ଋଣୀ !!

ସଦାନନ୍ଦ ସାହ
ଧୁରୁଷିଆ, ଆଠଗଡ, କଟକ

Post a Comment

0 Comments