ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ଅଧାଗଢା ଦିଅଁ - ଗଗନ ବିହାରୀ ନାୟକ

ଅଧାଗଢା ଦିଅଁ - ଗଗନ ବିହାରୀ ନାୟକ


ପ୍ରଦୋଷେ ରାଜନ ସ୍ବୟଂ ଇନ୍ଦ୍ରଦ୍ଯୁମ୍ନ
ପ୍ରବେଶିଲେ ଶ୍ରୀମନ୍ଦିରେ
ଶୁଭୁନଥିଲା ତ ଶବ୍ଦ ନିହଣର
ମୁଗୁର ସଂଘାତ ଥରେ ।

ଆଚମ୍ବିତ ହୋଇ ମନ୍ତ୍ରୀକୁ ଡକାଇ
କହିଲେ ଦେଖ ସଧୀରେ
ଶୁଭୁନାହିଁ ଆଜି ଶବଦ କିମ୍ପାଇଁ
ମହାରଣା କିବା ନାହିଁ ।

ବିନାଖାଦ୍ୟେ କେବେ ବଞ୍ଚିବା ସଂଭବ
ଏ ଆଖିତ ଦେଖି ନାହିଁ
ରାଜାଙ୍କ ଆଦେଶେ ଖୋଲନ୍ତେ କବାଟ
ଅଧାଗଢା ଦାରୂମୁର୍ତ୍ତି ।

ନଥିଲେ ସେଠାରେ କେହି ହେଲେ ଜଣେ,
ପଡିଥିଲା ନିହଣ ମୁଗୁର କାତୀ
କି କଲି ମୁଁ ବଡ ଅପରାଧ କଲି
ନିଜକୁ ନିନ୍ଦିଲେ ରାଜା ।

ପ୍ରଭୁଙ୍କ ଆଗରେ ଦଣ୍ଡିତ ମୂଦ୍ରାରେ
ପ୍ରାର୍ଥନା କରିଲେ ସଜା
ଏକାଳେ ଶୁଣିଲେ ଶୂନ୍ୟବାଣୀ
ଅଧାଗଢା ହୋଇ ରହିବ ଏ ଦେହ,
ତୁମର ଅପରାଧ କିଛି ନାହିଁ
କରି କରାଇ ଥାଇ ମୁହିଁ ।

କଳିଯୁଗର ଏ ରୂପ ନେଇ
ଜଗନ୍ନାଥ ନାମେ ଉଭା ହୋଇ
ସେ ନାମ ଜଗତେ ପ୍ରକଟ
ଧନ୍ୟ ତା କ୍ଷେତ୍ର ଶଙ୍ଖ କ୍ଷେତ୍ର
ଧନ୍ୟ ତା ପତିତପାବନ ନେତ
ଧନ୍ୟ ସେ ପ୍ରଭୂ ଜଗନ୍ନାଥ.. ଜୟ ଜଗନ୍ନାଥ ।

ଗଗନ ବିହାରୀ ନାୟକ
ବିଡିଏ କଲୋନୀ, ଚନ୍ଦ୍ର ଶେଖର ପୁର, ଭୂବନେଶ୍ବର
ଫୋନ ନଂ-7205293857

0 Comments