ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ଯଶୋଦା ଧନ - ମିଥୁନ ସାହୁ

ଯଶୋଦା ଧନ - ମିଥୁନ ସାହୁ

ଜନମିଲ ମାତା ଦେବକୀ ଗର୍ଭରୁ
ସାଜିଲ ଯଶୋଦା ଧନ,
ଗୋପପୁର ସାରା ଗୋପୀମାନଙ୍କର
କିଣି ନେଉଥିଲ ମନ,,।।
ପିତା ବସୁଦେବ ଅନ୍ଧାର ରାତିରେ
ଛାଡିଲେ ଗୋପପୁରରେ,
କେତେ ଦୁଃଖ କଷ୍ଟ ଯନ୍ତ୍ରଣାକୁ ସହି
ରହିଥିଲେ କାରାଗାରେ,,।।
ଗୋପପୁରେ ରହି ତୁମେ ଲୀଳାମୟ
କେତେ ଲୀଳା ରଚିଗଲ,
ଇନ୍ଦ୍ର ଦେବଙ୍କର ଗର୍ବ ଭଙ୍ଗପାଇଁ
ଗୋବର୍ଦ୍ଧନ ଟେକିଥିଲ,,।।
ଧର୍ମର ସ୍ଥାପନ କରିବା ନିମନ୍ତେ
ନେଲ ତୁମେ ଅବତାର,
କଂସ ମାମୁଁକୁ ଯେ ବଦ୍ଧକରି ତୁମେ
ଲୋପକଲ ଅତ୍ୟାଚାର,,।।


ମିଥୁନ୍ ସାହୁ
ମାଳ ତେନ୍ତୁଳିଆ, ପୋଲସରା, ଗଞ୍ଜାମ

0 Comments