ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ଭକ୍ତି - ନରେଶ କୁମାର ବେହେରା

ଭକ୍ତି - ନରେଶ କୁମାର ବେହେରା


ଅନାବଶ୍ୟକ ତୁମର ସେ
ଅଯଥା ଆଡମ୍ବର
ଯାହା ତୁମେ କର
ସେ ଭଗବାନଙ୍କ ପ୍ରାପ୍ତି ବା ଦର୍ଶନାର୍ଥେ...
କେବଳ ଏକାନ୍ତ ଧ୍ୟାନକୈନ୍ଦ୍ରିକ ହିଁ
ଯଥେଷ୍ଟ ।

ତୁମର ଯାହା ସବୁ ଏ ପାର୍ଥିବ
ନିରର୍ଥକ
ତୁମେ, ତୁମର ସବୁକିଛି ତ
ସେ ପୂର୍ବଜନ୍ମର,
ଆଉ, ଯାହା ତୁମ ମୃତ୍ୟୁପରେ ।

ଯାହାପାଇଁ ତୁମେ ଆଜି
ଧଇଁସଇଁ,
ଦୌଡ଼ିଦୌଡ଼ି ଗଲ ଥକି
ସେ କିନ୍ତୁ ଅପେକ୍ଷାରେ, ତୁମର
ନିରବତାରେ...
ଦିବ୍ୟତା ଦୌଡ଼ିବାରେ ନୁହେଁ,
ଧୀରସ୍ଥିରତାରେ...

କିଏ କୁହେ ଭଗବାନଙ୍କୁ
ଦେଖିବାରେ ଅକ୍ଷମ ତୁମେ,
ବାସ୍ତବରେ,
ତାହା ଆବଶ୍ୟକ ହିଁ ନାହିଁ
ଅଷ୍ଟବକ୍ରଙ୍କ ଭାଷାରେ ॥



ନରେଶ କୁମାର ବେହେରା 
ବସୁଧା କମ୍ପ୍ୟୁଟର, ଗୋଇଲୁଣ୍ଡି ମେନ୍ନ ରୋଡ, ବ୍ରହ୍ମପୁର, ପିନ-୭୬୦୦୦୪ ,
ମୋ-୭୮୦୯୮୭୨୪୮୩

0 Comments