ଗୁରୁଦେବ ଚିରନମସ୍ୟ - ସଦାନନ୍ଦ ସାହୁ

ଗୁରୁଦେବ ଚିରନମସ୍ୟ - ସଦାନନ୍ଦ ସାହୁ

ଗୁରୁ ପରମ ବ୍ରହ୍ମ ସାକ୍ଷାତ ଈଶ୍ୱର
ଗୁରୁଦେବ ଚିର ପୂଜ୍ୟ ;;
ଗୁରୁଦେବ ବିଷ୍ଣୁ ଗୁରୁ ଦେବ ବିଭୁ
ପଦ ପୂଜା କର ନିତ୍ୟ !!
ଗୁରୁ ଦିବସରେ ସରାଗ ମନରେ
ନିଅାରା ସମ୍ପର୍କ ଯୋଡ ;
ଭାବ ବନ୍ଧନରେ ହଜିଯାଅ ସର୍ବେ
ହସିବ ବିଦ୍ୟାର ନୀଡ଼ !!
ପ୍ରିୟ ଶିଷ୍ୟ ଗଣ ରଖ ସଦା ପଣ
ଗୁରୁ ବାଣୀ ୠଣୀ ହୋଇ ;;
ଶିଷ୍ୟର ସୁଖ୍ୟାତି ଗୁରୁର ସମ୍ପତ୍ତି
ଏକଥା ଭୁଲିବ ନାଇଁ !!
ଦିବ୍ୟ ଜ୍ଞାନ ଦାତା ଗୁରୁ ଧର୍ମ ପିତା
ଗୁରୁ ହିଁ ଆଦର୍ଶ ସୂର୍ଯ୍ୟ ;;
ଗୁରୁ ଆଶୀର୍ବାଦେ ପୁଷ୍ପବର୍ଷା ହୁଏ
ସଫଳତା ହୁଏ ଧାର୍ଯ୍ୟ !!
ପୁରାଣ ବର୍ଣ୍ଣିତ କହାଣୀ ପ୍ରତୀତ
ଗୁରୁ ଶିଷ୍ୟ ପରମ୍ପରା ;
ପବିତ୍ର ଭାରତେ ଗୁରୁ ଛବି ଭାସେ
ଏ ସୃଷ୍ଟି୍ର ନିଅାରା ଧାରା !!
ହେ ଚିର ନମସ୍ୟ ସର୍ବପଲ୍ଲୀ ସୁତ
ଭୂତପୂର୍ବ ଗୁରୁ ବ୍ରହ୍ମା ;
ତଵ ଜନ୍ମ ଦିନ ଭାରତେ ବଦିତ
ଗୁରୁ ପାଏ ପଦ ପୂଜା !!


ସଦାନନ୍ଦ ସାହୁ
କାରାକର୍ମଚାରୀ, ଚୌଦ୍ୱାର, କଟକ

0 Comments