Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ହେ ଗୁରୁଦେବ - ଉଷାରଣୀ ପଣ୍ଡା

ତୁମେ ହିଁ ଈଶ୍ବର ବ୍ରହ୍ମା ମହୀଧର
ଜ୍ଞାନ ପ୍ରଦୀପ ଜଳାଇ
ଦୂରୀଭୂତ କର ଅଜ୍ଞାନ ଅନ୍ଧାର
ଜ୍ଞାତସାର ତଥ୍ୟ ଦେଇ ।

ବିଦ୍ୟାଆଳୟର ଶ୍ରେଷ୍ଠ ପୂଜ୍ୟବର
ବିଚକ୍ଷଣ ଜ୍ଞାନ ବହି
କରି ପରମାର୍ଥ ଶିକ୍ଷା ( ବିଦ୍ୟାର୍ଥୀ) ଭବିଷ୍ୟତ
ହିତ ଉପଦେଶ ଦେଇ ।

ମିତଭାଷୀ ଗୁଣେ ମଧୁର ଭାଷଣେ
ଶିକ୍ଷାର୍ଥୀ ମନ ମୁହାଇ ,
ଗୁଣରେ ପ୍ରବର ସର୍ବଗୁଣାକାର
ସ୍ନେହ ସୁଧା ବାର୍ତ୍ତା କହି ।

ନିରଅହଂକାରେ ସଂସ୍କାର ପଣରେ
ସୁବିଚାର ପଥେ ଯାଇ ,
କର ପ୍ରଭାବିତ ବିଦ୍ୟାର୍ଥୀ ମହତ
ଭବିଷ୍ୟର ସ୍ତମ୍ଭ ହୋଇ ।

ବାଣ୍ଟି ଜ୍ଞାନାମୃତ ଜ୍ଞାନେ ଖ୍ୟାତିପ୍ରାପ୍ତ
ପ୍ରେରଣାର ଉତ୍ସ ହୋଇ ,
ପରାମର୍ଶ ଦାତା ହେ ବିଦ୍ୟାପ୍ରଦାତା
ଲକ୍ଷ୍ୟର ହାସଲ ପାଇଁ ।

ଅଖଣ୍ଡ ଜ୍ଞାନର ବିଜ୍ଞାନୀ ପ୍ରବର
ଆଉ କିଏ ଅଛି କାହିଁ
ଶୁଭ ଅବସରେ ଯୋଡି ବେନି କରେ
ପଖାଳୁଛି ପାଦ ଦୁଇ ।

ହେ ଜ୍ଞାନ ପୁରୁଷ ଢାଳ ଶୁଭାଶିଷ
ସତପଥେ ଯିବାପାଇଁ
ହୃଦୟର ମୋର ଚଳନ୍ତି ଠାକୁର
ପ୍ରଣମୁଛି ମଥା ନଇଁ ।




ଉଷାରାଣୀ ପଣ୍ଡା, ସୋମପେଟା, ଆନ୍ଧ୍ରପ୍ରଦେଶ

Post a Comment

0 Comments