Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ହେ ବିଶ୍ୱ ନିୟତା ବିଶ୍ୱକର୍ମା - ସଦାନନ୍ଦ ସାହୁ

ହେ ବିଶ୍ୱ ନିୟତା କୁଶଳୀ ନିର୍ମାତା
କରିନାହଁ କିଛି ଊଣା ;
ଏ ରମ୍ୟ ସୃଷ୍ଟିଟା ଭବ୍ୟ ଅଟ୍ଟାଳିକା
ସାତ ସୁରେ ବାଜେ ବୀଣା !!

କୁଶଳୀ ବିନ୍ଧାଣି ଗଢିଛ ଜାଣି
ଜଳ ସ୍ଥଳ ବନ ଗିରି ;
ଶୂନ୍ୟ ଆକାଶରେ ଚନ୍ଦ୍ରମାଆ ହସେ
ମର୍ତ୍ତ୍ୟ ବାସୀ ହ୍ୱ'ନ୍ତି ଝୁରି !!

ଆ'ହେ ସୃଷ୍ଟି କର୍ତ୍ତା ସୁଦକ୍ଷ ନିର୍ମାତା
ପରମ ବ୍ରହ୍ମ ବିଶ୍ୱକର୍ମା ;;
ଆଜି ଶୁଭ ପର୍ବ ଦିଅ ଆଶୀର୍ବାଦ
ସର୍ବ ତୃଟି କରି କ୍ଷମା !!

ତୁମରି ବିଭବ ଏ ସୃଷ୍ଟି ସମୂହ
ଆହେ ପ୍ରଭୁ ବ୍ରହ୍ମା ଦେବ ;
ସପ୍ତ ସିନ୍ଧୁ ଜଳ ମିଶ୍ରିତ ଲବଣ
ଆହା କି ରହସ୍ୟ ଭାବ !

ମହାଶୂନ୍ୟ ପଥ ବାରିଧିର ମିତ
ଝରିପଡ଼େ ବସୁଧ୍ଯାରେ ;
ସବୁଜିମା ରଙ୍ଗ ମାଆର ସରାଗ
ସମର୍ପଣ ଜାଣତରେ ;

ଯନ୍ତ୍ରାଂଶ ଦେବତା ମଙ୍ଗଳ କରତା
ବୈଷୟିକ ଜ୍ଞାନପତି ;
ସର୍ବକୁଶଳରେ ପ୍ରଗତୀ ପଥରେ
ବୃଦ୍ଧି ହେଉ ଶିଳ୍ପ ଖ୍ୟାତି !!

କଳକାରଖାନା ପ୍ରଗତୀରବାନା
ଆଧୁନିକ ପ୍ରତିପତି
ଆହେ ସର୍ଵୋଦୟ ହୁଅହେ ସଦୟ
ହସିବ ମା' ବସୁମତୀ !!

ଶିଳ୍ପୀ ଧନ ମଣି ତୁମ୍ଭରି ସନ୍ତତି
ଗଢେ ସେ କୁହୁକେ ବସା ;
ଦେବ ଦେବାଳୟ ସୁଉଚ ନୀଳୟ
ସବୁତ ତୁମ୍ଭରି କୃପା !!

ତଵ ପାଦ ପଦ୍ମେ ଗୁହାରି ମୁଁ କରେ
ଦିଅ ପ୍ରଭୁ ଶୁଭାଶିଷ ;
ଏଶୁଭ ଦିବସେ ହସୁ ଶିଳ୍ପୀ ସତେ
ନରହୁ ତା'ଅବୋଶୋଷ !!


ସଦାନନ୍ଦ ସାହୁ,
ଧୁରୁଷିଆ, ଆଠଗଡ, କଟକ

Post a Comment

0 Comments