Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଆସ ଆଉଥରେ ମୟୁରଚୁଳିଆ - ଜିତେନ୍ଦ୍ର ସାହୁ

ଆଖିରେ କଜ୍ଜଳ ମାଆ ନାଇଦେବ
ପଣତେ ପୋଛିବ ଧୂଳି ଦେହର,
ଆସ ଆଉ ଥରେ ମୟୁରଚୁଳିଆ
ଖୁଆଇ ଦେବ ମା' ଲବଣୀ ସର,,।।
ଗୋପାଳଙ୍କ ସଙ୍ଗେ ଗୋପାଳିଆ ହେଇ
ଚରେଇବ ହେ ବନେ ଗାଈ ଗୋରୁ,
ସଞ୍ଜବେଳେ ଫେରି ଆସିଲା ପରେ ଯେ
ମା' କାଢିଦେବ କଣ୍ଟାକୁ ପାଦରୁ,,।।
କହି ଗଳାମାଳୀ ମାଆ ନେବ ତୋଳି
କୋଳରେ ଶୁଆଇ କରିବ ଗେହ୍ଲ,
ନନ୍ଦରାଜାଙ୍କର ଟିକି ପିଲା ହେଇ
ମାଟିକୁ ଖାଇବ ଆସ ଗୋପାଳ,,।।
ଯମୁନା ପାଣିରେ ମୁହଁକୁ ଧୋଇବ
ମା' ଦେଇଥିବା ଲବଣୀକୁ ଖାଇ,
ରାଧାକୁ ଡାକିବ ପ୍ରୀତି ରଚିବାକୁ
କଦମ୍ବ ମୂଳେ ବଂଇଶୀ ବଜେଇ,,।।
ପଲ୍ଲୀଠୁ ନଗର ଲାଗୁଛି ସୁନ୍ଦର
ତୁମ ଜନ୍ମଦିନ ଆସିଛି ବୋଲି,
ଭାଙ୍ଗିଲେ ମାଠିଆ ଖୁସି ଢ଼ାଳିଦେବ
ଛନ୍ଦାଚରଣେ ମୁଁ ମଥା ପାତିଲି,,।।


ଜିତେନ୍ଦ୍ର ସାହୁ,
ଏମ୍.ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0 Comments