Information

ଭିନ୍ନ ଏକ ଅଭାବ - ପୂର୍ଣ୍ଣଚନ୍ଦ୍ର ଭୂୟାଁ

ତୁ କି ବସ୍ତୁର ମଣିଷ!!!
ତୋତେ ବାହୁନଇ
ମୋ ସମସ୍ତ ଶିରା, ପ୍ରଶିରା, ଧମନୀ ଓ ହୃତ ସ୍ପନ୍ଦନ,
ଡହଳବିକଳ ହୋଇ,
ସମସ୍ତ ପୂରଣ ମଧ୍ୟରେ
ତୁ କି ମୋର ଅଭାବ??
ସ୍ଥାଣୁ ମୋର ସମସ୍ତ ପୌରୁଷ
କ୍ଷଣକେ ତୋତେ
ଆଖିଭରି ଦେଖିବା ପାଇଁ I

ସବୁଥାଇ, ସବୁକିଛି ଶୂନ୍ୟତା,
ଏ କି ଅନୁଭୂତି?
ତୋ ବିନା ତୁଚ୍ଛସବୁ
ସତେ ଅବା କିଛି ନାହିଁ,
ବୁଝି ପାରେନି କାହିଁକି ମରି ମରି ବଞ୍ଚିରହେ?
ତୋ ଠାରୁ ଟିକେ ହେଉପଛେ
ଅବା ମୁହୂର୍ତ୍ତେ
ତୋ ପ୍ରେମ ପାଇବା ପାଇଁ ll

Post a Comment