Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଦେବି ମୁଁ ସଜେଇ ତୁମକୁ ରାଇ - ଜିତେନ୍ଦ୍ର ସାହୁ

ଆକାଶର ଜହ୍ନ ସାରା କୁଞ୍ଜବନ
ରହିଯିବେ ସବୁ ଦେଖି,
ଦେବି ମୁଁ ସଜେଇ ଏମିତି ଗୋ ରାଇ
ଫେରିବନି କାହା ଆଖି,,।।
ତୁମକୁ ସତରେ ମୋ ନିଜ ହାତରେ
ଆଭୁଷଣେ ଦେବି ଭରି,
ତା'ପରେ ଦେଖିବ ଚମକି ପଡିବ
ଆଇନାକୁ ହାତେ ଧରି,,।।
ଶୀତଳ ମାରୁତ ଛୁଇଁ ଦେବ ସେତ
ଅଧରେ ଲାଜୁଆ ହସ,
ମୁଁ ଯେ ଚାହୁଁଥିବି ପୁଣି ବାନ୍ଧୁଥିବି
ତୁମର ମୁକୁଳା କେଶ,,।।
ତୁମରି ଗଭାରେ କଦମ୍ବ ଫୁଲରେ
ମାଳ କରି ଦେବି ବାନ୍ଧି,
ତୁମକୁ ଅନେଇ ତୁମ ଏ କହ୍ନେଇ
ହେଉଥିବ ପ୍ରେମେ ବନ୍ଦୀ,,।।
ଜଳ ମଧ୍ୟେ ରହି ଆମକୁ ଅନେଇ
ଚାହିଁବ ହେବାକୁ ସଜ୍ଜ,
କଳିକା ଫୁଟେଇ ପାଖୁଡା ମେଲେଇ
ପଙ୍କଜ କରିବ ଲାଜ,,।।
ଦେଖିବ ଗୋ ରାଧେ କୁଳୁକୁଳୁ ନାଦେ
କେମିତି ଫୁଲେଇ ହେଇ,
ଇରଷା କରିବ ଉଛୁଳି ପଡିବ
ପୀରତି ଯମୁନା ନଈ,,।।




ଜିତେନ୍ଦ୍ର ସାହୁ
ଏମ୍.ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0 Comments