OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

କୁହ ଆହେ ଜଗନ୍ନାଥ - ବୀରେନ୍ କୁମାର ବେହେରା

କୁହ ଆହେ ଜଗନ୍ନାଥ - ବୀରେନ୍ କୁମାର ବେହେରା

ଗୁଣ୍ଡିଚାଯାତରେ ଝିପିଝିପି ବର୍ଷା,
ତୁମକୁ କଲା ସ୍ୱାଗତ ।
ବାହୁଡାରେ କାହିଁ ଲହଡି ଭାଙ୍ଗିଲା ,
ଦେଖିଲା ସଭିଙ୍କ ନେତ୍ର ?
ବରୁଣ ଦେବତା ଆସିଲେକି ଉଠି,
ଦେଖିବାକୁ ତୁମ ଯାତ?
ତେଣୁ ବୁଡିଗଲା ତିନିଫୁଟ ଯାଏ,
ଭାଇଭଉଣୀଙ୍କ ରଥ ।।
ଭକ୍ତଗଣ ଦେଖି ଈର୍ଷା ବହିଲାକି,
ଇନ୍ଦ୍ରଦେବଙ୍କର ଚିତ୍ତ ?
ଭକ୍ତଙ୍କୁ ତଡିବା ନିମନ୍ତେ କି ବର୍ଷା,
ରୂପ ନେଲା ଅବପାତ ?
ରଥଟଣା ବେଳେ ଆକାଶ କିପରି,
ହୋଇଗଲା ମେଘମୁକ୍ତ ?
ଜଗତକର୍ତ୍ତାଙ୍କ ରଥଟଣା ଦେଖି,
ଇନ୍ଦ୍ର ହୋଇଲେକି ଶାନ୍ତ ?
ଏସବୁ ପ୍ରଶ୍ନରେ ଛନ୍ଦି ମୁଁ ହୋଇଛି,
ଆହେ ଦୁଃଖୀରଙ୍କି ମିତ ।
କିପରି ପାଇବି ପ୍ରଶ୍ନର ଉତ୍ତର,
କୁହ ଆହେ ଜଗନ୍ନାଥ ?


ବୀରେନ୍ କୁମାର ବେହେରା
ପୋଷାଇ, ମହାକାଳପଡା, କେନ୍ଦ୍ରାପଡା

0 Comments