ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ହେ ପ୍ରଭୁ ଗଜାନନ - ସଦାନନ୍ଦ ସାହୁ

ହେ ପ୍ରଭୁ ଗଜାନନ - ସଦାନନ୍ଦ ସାହୁ

ଆହେ ଗଜାନନ ଗିରିଜା ନନ୍ଦନ
ବିଦ୍ୟା ବୁଦ୍ଧି ଦାତା ପ୍ରଭୁ ;
ଦିଅ ଆଶୀର୍ବାଦ ପାର୍ବତୀର ସୁତ
କୃପାକର ବାରେ ବିଭୁ !!
ତ୍ରଲୋକ୍ଯ ଭୂବନେ ତଵ ଖ୍ୟାତି ଭାସେ
ଉଦରେ ବିଦ୍ୟା ଭଣ୍ଡାର ;
ତୁମ୍ଭରି ଆଶ୍ରିତ ଏଇ ମର୍ତ୍ତ୍ୟଲୋକ
ହେ ପ୍ରଭୁ କରୁଣାକର !!!
ପାର୍ବତୀ ମାତାର ତୁମ୍ଭେ ହିଁ ପ୍ରିୟର
ସୁରକ୍ଷାର ଦ୍ଵାରପାଳ ;
ପିତା ଶିବ ସମ୍ଭୁ କୋପ କଲେ ପ୍ରଭୁ
ମସ୍ତକ ଛେଦନ କାଳ !!
ସର୍ବ ବିଦ୍ୟମାନ ତୁମ୍ଭେ ଗଜାନନ
ସର୍ବାଗ୍ରେ ପାଅ ହେ ପୂଜା ;
ତଵ ବନ୍ଦାପନା ସମୃଦ୍ଧି ଭାବନା
ଉଡ଼ଇ ବିଜୟ ଧ୍ୱଜା !!
ବିଶ୍ୱ ପରିକ୍ରମା ସଫଳ ପରୀକ୍ଷା
ମୂଷିକ ବାହାନ ରାଜା ;
ନିମିଷକ ମଧ୍ୟେ ଦେଖାଇଲ କାର୍ଯ୍ୟେ
କାର୍ତ୍ତିକେୟ ପଡେ ଖୋଜା !!
ପରାକ୍ରମୀ ପିତା ତାଣ୍ଡବ ସଂହିତା
ଆଚମ୍ବିତ ହେଲେ ବେଶି ;
ଆହାକି ମତିଷ୍କ ବିଦ୍ୟା ଆଭୁଷିତ
ପାର୍ବତୀର ପୁତ୍ର ସିଦ୍ଧି !!
ଦେଲେ ଆଶୀର୍ବାଦ ହୋଇ ବିମୋହିତ
କଇଳାଶ ପତି ଶିବ ;
ମର୍ତ୍ତ୍ୟ ମଣ୍ଡଳେ ରହିବୁ ସର୍ବାଗ୍ରେ
ଶୁଭ କାର୍ଯ୍ୟ ଯେତେ ହେବ !
ହେଉକି ଭବନ ଅବା ଦେବାଳୟ
ବନ୍ଦାପନା ହେବୁ ଆଗେ ;;
ଆହେ ଧନମଣି ସାଜିବୁ ତୁ ମଣି
ଦେଖୁଥିବି ରହି ସ୍ଵର୍ଗେ !!
ଚତୃଦଶି ତିଥି ହେବ ତୋର ଖ୍ୟାତି
ସମୃଦ୍ଧି ପରବ ସାଜି ;;
ବିଦ୍ୟାନିକେତନେ ଏମର୍ତ୍ତ୍ୟ ଭୂବନେ
ସର୍ବେ ହେବେ ତୋତେ ଭଜି;
ତୋ ଶରଧା ଲଡୁ ଖସିବନି ହସ୍ତୁ
ଚିରକାଳ ଥିବୁ ଧରି ;;
ସଭିଏଁ ତୋ ସାଥୀ ସଭିଏଁ ବିଦ୍ୟାର୍ଥୀ
କରିବେନି ବିଦ୍ୟା ଚୋରି !!
ଶୁଭଆଶୀର୍ବାଦ ଦେବୁରେ ଗଣେଶ
ଭକତ ଜନଙ୍କୁ ତୋ'ର ;
ବିଦ୍ୟାରତ୍ନ ଯତ୍ନ ଶୁଭଫଳ ସତ
ତୁପରା ସୂତ୍ରର ଧାର !!
ହେ ପ୍ରଭୁ ଗଣେଶ ବଖାଣିଛି ସତ
ତୁମ୍ଭରି ଭକତି ଅର୍ଘ୍ୟ ;
ମୁଁ ଅଧମ ସୁତ ତୁମ୍ଭରି ଆଶ୍ରିତ
ସର୍ବ ବିଦ୍ୟା ହେଉ ଧାର୍ଯ୍ୟ !!


ସଦାନନ୍ଦ ସାହୁ,
ଧୁରୁଷୀଆ, ଆଠଗଡ଼, କଟକ

0 Comments