Information

ଶୁଭ ଜନ୍ମାଷ୍ଟମୀ - ଦେବବ୍ରତ ଜେନା

ଯେବେ ଯେବେ ଧରାଧାମେ ପାପ ହୁଏ ପୂର୍ଣ୍ଣ
ନରରୂପେ ପରଂବ୍ରହ୍ମ ହୋଇ ଅବତୀର୍ଣ୍ଣ
ଅଧର୍ମ ଓ ଅନ୍ୟାୟକୁ ସଂହାର ସେ କରି
ଧର୍ମ ସଂସ୍ଥାପନ୍ତି ଧାମେ ପାପକୁ ବିହରି ।।

ଦ୍ୱାପରରେ କୃଷ୍ଣ ହୋଇ କଂସକୁ ବଧିଲ
ତ୍ରେତୟା-କୋଦଣ୍ଡଧାରୀ ରାବଣ ନାଶିଲ
ଦାରୁ ମୂରତି କେବେ ଗୋ ମୁକୁନ୍ଦ ମୁରାରୀ
ଆଣ୍ଠୁଆ ଗୋପାଳ ତୁମେ କେବେ ବଂଶୀଧାରୀ ।।

ବିରାଜିଵ କି ହେ ଶ୍ୟାମ ଏହି କଳିଯୁଗେ ???
ସଂହାରିବ ଦୁର୍ମତିଙ୍କୁ ସମ୍ପ୍ରତି ସମାଜେ
ରାବଣ ଓ କଂସାସୁର ଅଛନ୍ତି ଯେତକ
ପାପ ଶୂନ୍ୟ ହେବ ପ୍ରଭୁ ଧରାରେ ସେତକ ।।

ତବ ଜନ୍ମ ଅଷ୍ଟମୀରେ ଏତିକି ମିନତୀ
ତବ କୃପା ବଳେ ସର୍ବେ ଭୋଗୁଥାନ୍ତୁ ଶାନ୍ତି ।।

Post a Comment