ଅଣୁଗଳ୍ପ - ଅଙ୍ଗେନିଭା କଥା - ଶ୍ରୀଧର ପଟ୍ଟନାୟକ

ଅଣୁଗଳ୍ପ - ଅଙ୍ଗେନିଭା କଥା - ଶ୍ରୀଧର ପଟ୍ଟନାୟକ

ମୋ ପଛରେ କେହି ଜଣେ ପଛରେ ଦୌଡି ଦୌଡି ଗୋଡେଇବା ଭଳି ଲାଗିଲା । ଅନୁମାନ କଲି ସେ ମୋ ପିଲାଦିନର ସାଙ୍ଗ ବିକାଶ । ଗୋଡେଇବା ଦେଖି ମୁଁ ବି ଛାନିଆ । ଧୀର ସ୍ଥିର ସ୍ବଭାବର ପିଲା ହଠାତ୍ ଗୋଡେଇବ କିଆଁ । ବାଇକ୍ ଷ୍ଟାର୍ଟ କରି ମୋଡିଦେଲି ବାଁ କଡ ପେଟ୍ରୋଲ ପମ୍ପ ଆଡକୁ । ଦେଢଶହ ଟଙ୍କାର ପେଟ୍ରୋଲ ଭରିଲି ଗାଡିରେ । ହେଲେ ଦୁଇ ଲିଟର ବି ଆସିଲାନି । ପଛକୁ ଫେରି ଚାହିଁଲି, କାଳେ ବିକାଶ ଦେଖା ହେବ । ଗୁମର କଥା କାହାକୁ କହିବି, ବିକାଶ ମାଇଲେ ଦୂରରେ ବି ଦିଶୁନଥିଲା ।।




ଶ୍ରୀଧର ପଟ୍ଟନାୟକ,
କଲ୍ୟାଣସିଂହପୁର, ରାୟଗଡ, ଦୂରଭାଷ- ୯୧୭୮୭୪୪୨୫୦

0 Comments