Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କୃଷ୍ଣ ଜନ୍ମ - ହୃଷୀକେଶ ମିଶ୍ର

ଦିନ ପରେ ଦିନ ଗଡି ଗଡି ଗଲା
ଅଷ୍ଟମୀ ତିଥି ଆସିଲା,
ସେ ବନ୍ଦୀ ଶାଳାରେ ରାତ୍ର ର ମଧ୍ୟରେ
କୁଆଁ କୁଆଁ ଶୁଭୁଥିଲା।
ସୁପ୍ତ ହୋଇଗଲେ ଜାଗ୍ରତ ପ୍ରହରୀ
କବାଟ ଯେ ଗଲା ଖୋଲି,
ବନ୍ଦୀ ଶାଳା ମଧ୍ୟେ ବ୍ରହ୍ମ ର ପ୍ରବେଶ
କଂସ କୁ ନାସିବେ ବୋଲି।
ହୋଇଲେ ବିବ୍ରତ ଦେବକୀ ଓ ତାତ
ପୁତ୍ର ସନ୍ତାନକୁ ପାଇ
ରକ୍ତ ମାଂସ ଭରା ସେ ଶରୀର ପରା
ନ ପାରିବେ ଆଉ ସହି।
ସତ ହୋଇଥିଲା ଭବିଷ୍ୟତ ବାଣୀ
ଶୁଭୁଥିଲା ତ୍ରାହି ତ୍ରାହି,
ଶ୍ରୀ କୃଷ୍ଣ ଜନ୍ମିଲେ ଦେବକୀ କୋଳରେ
ହସି ଉଠୁଥିଲା ମହୀ।
ଅମା ଅନ୍ଧକାର ଘୋଟି ଯେ ଆସିଲା
ବରଷା ବାଦଲ ଫଟା,
ଘଡଘଡି ସହ ବିଜୁଳି ଖେଳିଲା
ହେବେ ପୁଣି ହଟହଟା
ଜନନୀ ଦେବକୀ ଭୟରେ ଆତୁର
ଝରେ ଲୋତକର ଧାର,
କଂସେଇ ସେ ଭାଇ କଂସ ନାମ ପାଇ
ନାସିବ ସେ ପୁତ୍ର ତାର।
ମନରେ ସାହସ ବାନ୍ଧି ବସୁଦେବ
ପୁତ୍ର କୁ ମୁଣ୍ଡରେ ଧରି,
ଝଡ ତୋଫାନକୁ ସାଦରେ ବରିଣ
ଚଳିଲେ ଯଶୋଦା ପୁରୀ।
କନ୍ୟା ସନ୍ତାନ କୁ ଉଠାଇ ଆଣିଲେ
ପୁତ୍ର ସନ୍ତାନକୁ ଥୋଇ,
କଂସ ର ଆନନ୍ଦ କହିଲେ ନ ସରେ
କନ୍ୟା ସନ୍ତାନ ଟି ପାଇ।
ମିଥ୍ୟା ହୋଇଗଲା ଭବିଷ୍ୟତ ବାଣୀ
ଅଷ୍ଟମ ଗର୍ଭରେ କନ୍ୟା,
ଆନନ୍ଦେ ବିଭୋର ହେଲା କଂସାସୁର
ବନ୍ଦୀ ଶାଳେ ବୁହେ ବନ୍ୟା।
ବନ୍ଦୀ ଶାଳେ ବୁହେ ବନ୍ୟା।

Post a Comment

0 Comments