Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - Chief Editor, Swagatika, Lokipur, Gadamanatir, Khordha, Pin-752062, Odisha.

ଦୁଇଟି ଦୃଶ୍ୟ ଆଉ ବର୍ଷା - ସିଦ୍ଧେଶ୍ଵର ତ୍ରିପାଠୀ

ମଥାନ ଉପରେ ଥିଲେ ସୂର୍ଯ୍ୟ
ମୁଁ ଥିଲି ମୋ କର୍ମ ସଂସ୍ଥାନରେ
ଭୂତଳ ପ୍ରାସାଦର ଝର୍କା ପାଖରେ
ଚାହିଁ ଥିଲି ସେଇ ଗହୀରକୁ
କିଛି କ୍ଷଣ ପାଇଁ ନିରେଖିଥିଲି ମୁଁ
ଅପଲକ ଏଇ ନୟନରେ - - - - -

ଆଖି ମୋର ବୁଲୋଉ ବୁଲୋଉ
ଅଚାନକ ମୋ ଦୃଷ୍ଟି ପଡ଼ିଲା
ସୁନ୍ଦର ସେ
ଛୋଟଛୋଟ ଧାନ କିଆରୀରେ
ଦି ଚାରିଟା ଚଷାପୁଅ ସିଝୁଥିଲେ
ଚାଇଁ ଚାଇଁ ଭୋଦୁଅ ଖରାରେ - - -

ଧୋବଲାସେ କାଶତଣ୍ଡି ଝୁଲୁଥିଲା
ମଥାକୁ ହଲେଇ
ଧଳା ଧଳା ବଗ ଗୁଡା
ଧୀରେ ଧୀରେ ଚାଲୁଥିଲେ
ଗହୀର ହୁଡ଼ାରେ
ଟିକେଟିକେ ପାଣି ପିଇ ପିଇ
ନିଜ ଥଂଟ ହଲେଇ ହଲେଇ -- - -

ସବୁତ ଠିକ ଥିଲା
ଅଚାନକ ବଦଳିଲା ପାଗ
ଆକାଶରେ ଭରିଗଲା
ଅନ୍ଧାରି ବାଦଲ
ମୁଷଳ ଧାରାରେ ପୁଣି
ବରସିଲା ମେଘ ।

ବିଜୁଳି ଘଡଘଡି ଦେଖି
ଘର ଭିତରଟାରେବି
ମୋତେ ଲାଗୁଥିଲା ଡର
ଝର୍କା ସବୁ ବନ୍ଦ କଲି
ଅଫ କଲି ମୋବାଇଲ
ଜେରକ୍ସ ମିସିନ ଆଉ କମ୍ପ୍ୟୁଟର - - - -

କିଛି କ୍ଷଣ ନୀରବରେ
ବସି ଗଲା ପରେ
ମେଘଯେବେ କମିଗଲା
ପବନଟା ଥମିଗଲା
ମୁଁ ଝରକା ଖୋଲିଲି
ଆଖିମୋର ଲାଖିଗଲା
ସେଇ ଗହୀରରେ - - -

ଏତେ ବର୍ଷା ବିଜୁଳି ବେଳେବି
ଚଷା ପୁଅ ବାଳୁଙ୍ଗା ବାଛୁଛି
ଛୋଟ ଛୋଟ ହାତକୋଡ଼ି ଧରି
ଗହଳିଆ ଜାଗା ଦେଖି ଗଛ ଓପାଡୁଛି
ଫାଙ୍କା ଫାଙ୍କା ଜାଗା ଦେଖି
ମାଟିରେ ପୋତୁଛି - -
ହେଲେ ତା ଦେହ ଭିଜି ଯାଇଛି ବର୍ଷାରେ
ଓଡାହେଇଛି ଗାମୁଛା
ନାଁ ତା ମୁଣ୍ଡରେ ଅଛି ପଖିଆ
ନାଁ ଅଛି ହାତରେ ଛତା
ନାଁ ଦେହରେ ରେନିକୋର୍ଟ ।

ତା'ର ଥରିଲା ଦେହ ଦେଖି
ଆଉଟିକେ ଆଗକୁ ଦେଖିଲି
ବଗ ଗୁଡାକ ଆଉ ନାହାନ୍ତି
ସେ ଜାଗାରେ
କାଶତଣ୍ଡିର ନାହିଁ ସେଇ ରୂପ
ପାଣି ପବନରେ ବଦଳି ଯାଇଛି
ତା'ର ହୁଲିଆ
ସେ ଆଉ ଆଗ ଭଳି ଦିଶୁନି ସତରେ - -

ଏପଟେ ଘରୁ ବୋଉ ଫୋନ କଲା
ତୋର୍ କେଇଟା କବିତା ଖାତା
ଭିଜିଯାଇଛି ବର୍ଷାରେ
ମୁଁ କାହାକୁ କିଛି କହୁନଥିଲି
ମୋ ଦୁଇ ଆଖିରେ ନାଚୁଥିଲା
ଦୁଇଟି ଦୃଶ୍ୟ
ଗୋଟେ ବର୍ଷା ପୂର୍ବରୁ
ଆଉଗୋଟେ ବର୍ଷା ପରେ - - - - -


ସିଦ୍ଧେଶ୍ବର ତ୍ରିପାଠୀ
କୁଣ୍ଡିଲୋ, କେରଙ୍ଗ, ଖୋରଧା

Post a Comment

2 Comments

  1. ଶ୍ରୀମାନ ସତ୍ୟ9/02/2018

    ବହୁତ ସୁନ୍ଦର ସୃଷ୍ଟି

    ReplyDelete
  2. sidheswar tripathy9/03/2018

    dhanyabaad bda bhai

    ReplyDelete

ଉପରୋକ୍ତ ବିଷୟଟି ଆପଣଙ୍କୁ କେମିତି ଲାଗିଲା ଦୟାକରି ନିଜର ମତାମତ ରଖନ୍ତୁ । ଆପଣଙ୍କ ଗଠନ ମୂଳକ ମତାମତ ନିଶ୍ଚୟ ବଣମଲ୍ଲୀର ମହକର ସମସ୍ତ ଲେଖକ ଲେଖିକା ମାନଙ୍କ ନିମନ୍ତେ ପ୍ରେରଣାଦାୟକ ହୋଇ ପାରିବ । ନିମ୍ନୋକ୍ତ କୋଠରୀ ମଧ୍ୟରେ ଆପଣଙ୍କ ମତାମତ ପ୍ରଦାନ କରନ୍ତୁ ।