Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ପବିତ୍ର ସମର୍ପଣ - ସସ୍ମିତା ସାହୁ

ଅପେକ୍ଷାରେ ତୁମ ବସିଛି ସାଥି ହେ
ମୁହଁ କୁ ଲୁଚାଇ ମୋର,
ଲୁଚି ଲୁଚି ଆସି ଓଢଣା ଟେକିବ
ହେବ ମୋର ମନ ଚୋର II
ତୁମରି କଥାକୁ ଭରସା କରିକି
ଆସିଛି କନିଆଁ ସାଜି ,
ଆଘାତ ଦେବନି ମନକୁ କେବେ ବି
ପ୍ରତିଶୃତି ଦିଅ ଆଜି II
ତୁମେ ବର୍ତମାନ ତୁମେ ମୋ ଭବିଷ୍ୟ
ତୁମେ ମୋର ସବୁ କିଛି ,
ଏହା ମନେ ଭାବି ସାଥି ତୁମ ପାଖେ
ନିଜକୁ ମୁଁ ସମର୍ପଉଛି II
ସାକ୍ଷୀ ଏହି ରାତି ସାକ୍ଷୀ ଏହି ଦୀପ
ସାକ୍ଷୀ ଏହି ଆମ ଶେଯ,
ଆଜି ଠାରୁ ତୁମେ ସମ୍ପୂର୍ଣ ମୋର
ମନରେ କରିବି ରାଜ II
ତୁମ ପ୍ରେମ ଆଉ ବାହୁ ବନ୍ଧନରେ
ବାନ୍ଧି ଦିଅ ମୋତେ ସାଥି,
ହୃଦୟରେ ମୋତେ ଜାଗା ଟିଏ ଦିଅ
ଜୀବନ ଯାଉ ମୋ ବିତି II
ତୁମେ ମୋ ଭିତରେ ମୁଁ ତୁମ ଭିତରେ
ହଜି ଯିବା ଆସ ଆଜି ,
ଅନ୍ଧାର ରାତି କେହି କାହାରିକୁ
ପାଇବେନି ଆଉ ଖୋଜି II


ସସ୍ମିତା ସାହୁ, ନାଶିକ, ମହାରାଷ୍ଟ୍ର - ୪୨୧୧୦୧

Post a Comment

0 Comments