Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଆସୁଛି କହ୍ନେଇ - ପ୍ରଣତୀ ମହାପାତ୍ର

ହଟିଆ କାଳିଆ ନନ୍ଦବଳା କାହ୍ନା
ଜନମିଲା ଧରା ପରେ,
କଂସ ବନ୍ଦୀ ଶାଳା ଉନ୍ମୁକ୍ତ ହୋଇଲା
ରହିଲା ଯଶୋଦା ପୁରେ।
ଷୋଳକଳା ଘେନି ଅଷ୍ଟମ ଗରଭୁ ଅଷ୍ଟମୀ ତିଥିରେ ଜାତ,
ଗୋପୀ ଗୋପାଳଙ୍କ ସଙ୍ଗତରେ ରହି
କାଳୀୟକୁ କଲା ହତ।
ତାର ମାୟାଜାଲେ ଛନ୍ଦା ଗୋପପୁର
ପୁଣି ବନ୍ଧା ନନ୍ଦରାଜା,
ନନ୍ଦର ଘରଣୀ ଯଶୋମତି ରାଣୀ
ପୁତ୍ର ସ୍ନେହେ କଲା ପୂଜା।
ଦେଖାଇଲା କାହ୍ନୁ ଟିକେ ମାଟି ଖାଇ
ଚଉଦଭୂବନ ଦୃଶ୍ୟ,
ଦୁଷ୍ଟାମୀ ଆଳରେ ଉଦ୍ଧାରିଲା ଯାଇ
ଯାମଳା ଅର୍ଜୁନ ପାଶ।
ଏ ଧରା ବକ୍ଷରୁ ପାପକୁ ହଟାଇ ନିପାତିଲା ପାପୀ ବଂଶ,
ମାତାର ଭ୍ରାତା ସେ ସମ୍ପର୍କରେ ତାର
ଆପଣାର ମାମୁଁ କଂସ।
ହେ କଳା କହ୍ନେଇ ପ୍ରଣମୁଛି ମୁହିଁ
କରେ ନିବେଦନ ତୋତେ,
ଏ ବିଶ୍ୱ ବକ୍ଷରୁ ପାପୀଙ୍କୁ ବିନାଶ
ପୂଣ୍ୟ ଧରା କର ସତେ।
ଚତୁର୍ଦ୍ଦିଗ ଜଳ ଜଳୁ ପୂଣ୍ୟର ଦୀପାଳୀ
ହଟୁ କଳୁଷ କାଳିମା,
ରାଗ,ହିଂସା ଦ୍ଵେଷ ହରିନିଅ ହରି
ନ ରହୁ ଅଶାନ୍ତି ଜମା।


ପ୍ରଣତି ମହାପାତ୍ର, ବାଲେଶ୍ଵର

Post a Comment

0 Comments