ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ଜଗନ୍ନାଥ - ଧୃବ ଚରଣ ବେହେରା

ଜଗନ୍ନାଥ - ଧୃବ ଚରଣ ବେହେରା

କି ଦେଇ ପୂଜିବି କିଛି ମାଗୁନାହିଁ
ଦେ ତୋ କରୁଣା ବାରି
ସେ ବାରି ବିନ୍ଦୁରେ ଯିବି ପୂଣ୍ଯ ହୋଇ
ଆରେ ମୋ କଳା ନାଉରୀ ।ଘୋଷା ।

ଅଗତିର ଗତି ହେ ଦୁଃଖ ନାଶନ
ତୁମେ ଭକତର ଜୀବନ ସୋପାନ
ଏ ମାୟା ସଂସାରେ ମୁଁ ଅଟଇ ହୀନ
ପାରି କର ଦଣ୍ଡଧାରୀ ।।୦୧।|

କୋଠ ଭୋଗଖିଆ ମୋ ଚକା ଆଖିଆ
ଭାବ ବିନୋଦିଆ ଚିକଣ କାଳିଆ
କରିଦେ ଠାକୁର ତୋ ପାଦର ରେଣୁ
ନ ହେଲି ପଛେ ବାଉରୀ ।।୦୨।।

ଆହେ ଜଗନ୍ନାଥ ପତିତପାବନ
ଜଗତର ନାଥ ହେ ଜଗମୋହନ
ଜୀବ ଗଲାବେଳେ ଆତ୍ମା ମୋର ଖାଲି
ଗାଉଥିବ ହରି ହରି ।୦୩।।


ଧ୍ରୁବ ଚରଣ ବେହେରା
ଅଠରବାଟିଆ, ବାଲୁଗାଁ, ଖୋରଧା

0 Comments