Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ନନ୍ଦଘରେ ଗୋବିନ୍ଦ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

• ଗୋପ ପୁରେ କଳାକାହ୍ନା
• ଦେଖ ଦେଖ ସଖୀ ନୋହି ବିମନା , ସଖୀଲୋ
• ମୁଖ ନିନ୍ଦେ କୋଟିଏ ଚନ୍ଦ୍ରମା ।।

• ନନ୍ଦ ମନ୍ଦିର ସୁନ୍ଦର
• ଦିଶୁଛି ସତେକି ଅଳକା ପୁର , ସଖୀଲୋ
• ଆନ ମନା ସର୍ବ ଗୋପାଙ୍ଗନା ।।

• ଯଶୋମତୀ କୋଳ ହରି
• ମଣ୍ଡିଛନ୍ତି ଦେଖ ବ୍ରଜବିହାରୀ , ସଖୀଲୋ
• ପଦ ପଙ୍କଜେ କର ବନ୍ଦନା ।।

• ମହା ମହୋତ୍ସବେ ଭରି
• ନାଚୁଅଛି ଦେଖ ସେ ବ୍ରଜପୁରୀ , ସଖୀଲୋ
• ଶୋଭା ନୁହଇ କରି ବର୍ଣ୍ଣନା ।।

• ସକଳ ଗୋପୀ, ଗୋପାଳ
• ଉତ୍ସବ ପାଳନ୍ତି ହୋଇଣ ଭୋଳ ,ସଖୀଲୋ
• ଏଣେ କଂସ କରଇ ଭାବନା ।।

• କିଏସେ ବିଜୁଳି କନ୍ୟା
• ମୁଷ୍ଟି ରୁ କେମନ୍ତେ ଖସିଲା କିନା , ସଖୀଲୋ
• ଏତ ଅଟେ ବଡ଼ ବିଡ଼ମ୍ବନା ।।

• ନନ୍ଦ ମନ୍ଦିରେ ଗୋବିନ୍ଦ
• ମାରିବାକୁ କଂସ କରଇ ଛନ୍ଦ , ସଖୀଲୋ
• ସେତ କରେ ଅନେକ ଛଳନା ।।

Post a Comment

0 Comments