ବିଘ୍ନ ବିନାଶକ - ଦେବବ୍ରତ ଜେନା

ବିଘ୍ନ ବିନାଶକ - ଦେବବ୍ରତ ଜେନା

ଅଜ୍ଞାନ ନାଶକ ଜ୍ଞାନ ପ୍ରଦାୟକ
ତୁମେ ବିଘ୍ନ ବିନାଶକ
ତମସା ବିନାଶି ଆଲୋକ ପ୍ରକାଶି
ରକ୍ଷା କର ବିନାୟକ ।।
ଶମ୍ଭୁ ତୁମ୍ଭ ପିତା କାର୍ତ୍ତିକେୟ ଭ୍ରାତା
କୈଳାସ ତୁମ ନିବାସ
ମୂଷିକର ପୃଷ୍ଠେ ତୁମେ ଉପବିଷ୍ଟ
ଶଙ୍କର ସୁତ ଗଣେଶ ।।
ଜୀଵ ଦୁଃଖହାରୀ,ପ୍ରାଣୀ ସୁଖକାରୀ
ତୁମେ ପାର୍ବତୀ ତନୟ।।
ଜ୍ଞାନ ,ବୁଦ୍ଧି, ବଳେ ଏହି ମହୀ ତଳେ
ତୁମ୍ଭ ସରି କିଏ କୁହ ?
ପାପସଂହାରକ ଓ ସମୃଦ୍ଧିଦାୟକ
ତୁମ୍ଭେ ପ୍ରଭୁ ଗଜାନନ
ଏ ମହୀମଣ୍ଡଳେ ଆଦ୍ୟେ ପୂଜା ପାଇଁ
କରୁଛୁ ତୁମ୍ଭେ ଆହ୍ୱାନ ।।
ପାପ କଳୁଷର ଅସହ୍ୟ ଭାରରେ
ମହୀ ଆଜି ରସାତଳ
ଏତିକି ମାଗୁଣି କରୁଛି ବାହୁନି
ଜଗତକୁ ରକ୍ଷା କର ।।


ଦେବବ୍ରତ ଜେନା, ସହକାରୀ ଶିକ୍ଷକ
ରଣସିଂହପୁର ଆଶ୍ରମ ବିଦ୍ୟାଳୟ, କମର୍ଦ୍ଦା, ଭୋଗରାଇ, ବାଲେଶ୍ବର

0 Comments