Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ଗଢ଼ିବା ଆସ ସବୁଜ ପୃଥିବୀ - ଜିତେନ୍ଦ୍ର ସାହୁ

ଗଢିବା ଆସ ହେ ସବୁଜ ପୃଥିବୀ
ଲଗାଇ ସଭିଏଁ ଚାରା,
ଛୁଇଁ ପାରିବନି ସହଜରେ ଆଉ
ଗ୍ରୀଷ୍ମର ଉତ୍ତାପ ଖରା,,।।
ସବୁ ମିଶି ଆମେ ଲାଗିଯିବା କାମେ
ଖୋଳିବା ପ୍ରଥମେ ଗାତ,
ବାଛି ବାଛି ଚାରା ଲଗେଇ ଯେ ଦେବା
ତା'ସାଙ୍ଗରେ ବସି ମିତ,,।।
କୁନି ପିଲା ଆମେ କୁନି କୁନି ହାତେ
ଢାଳିବା ଚାରାରେ ପାଣି,
ବଡ ହେଇ ଧିରେ ଗଛ ହେଇଗଲେ
ହସିବ ପ୍ରକୃତି ରାଣୀ,,।।
ଖୁସିରେ ଧରଣୀ ପ୍ରକୃତିର ରାଣୀ
ପିନ୍ଧିବ ସବୁଜ ଶାଢୀ,
ଅବକ୍ଷୟ ଆଉ ହେବନି ମୃତ୍ତିକା
ଆସିଲେ ବି ନଈବଢି,,।।
ସଂରକ୍ଷଣ ହେବ ମୃତ୍ତିକା ସମ୍ପଦ
ମିଳିବ ପ୍ରଚୁର ଜଳ,
ଛୋଟ ପ୍ରୟାସରେ ବଡ ଉପକାର
ପାଇବା ଆମେ ସୁଫଳ,,।।
ଗଛଟେ ନଥିଲେ ବଞ୍ଚି ବି ହୁଏନା
ଗଛ ଆମରି ଜୀବନ,
ଫୁଲ,ଫଳ,ମୁଳ ଛେଲି ଆଉ ଡାଳ
ଦିଅଇ ସେ ଅମ୍ଳଜାନ,,।।
ଅଙ୍ଗାରକାମ୍ଳକୁ ଗହଣ ସେ କରି
କରୁଛି ଖାଦ୍ୟ ପ୍ରସ୍ତୁତ,
ଫଳରେ ସଭିଙ୍କ ଜୀବନ ବଞ୍ଚୁଛି
ନ'ହେଇ ଜଣେ କେ ମୃତ,,।।
ଉଦ୍ଭିଦ ଜଗତ ଓ ପ୍ରାଣୀ ଜଗତ
ପରସ୍ପର ପାଇଁ ଲୋଡା,
ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବପରି
ଅଙ୍ଗାଙ୍ଗୀ ଭାବରେ ଜୋଡା,,।।
ଏତେ ଉପକାର କଲେ ମଧ୍ୟ ଗଛ
ବୁଝୁନି ମଣିଷ ଜାତି,
ବେଳକୁ ଯେ ବେଳ ଦେଖାଇଣ ବଳ
ନିଜର ହିଁ କରେ କ୍ଷତି,,।।


ଜିତେନ୍ଦ୍ର ସାହୁ
ଏମ୍.ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0 Comments