Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କୃଷ୍ଣ ହେ ! ଆଉ ଥରେ ନିଅ ଜନମ - ରମେଶ ଚନ୍ଦ୍ର ମିଶ୍ର

ସଖା ହେ ! ଆଉ ଥରେ ନିଅ ଜନମ
ପୁଣ୍ୟ ମୋ ଭାରତ ମାଆ
କାନ୍ଦେ ଉଚ୍ଚେ ତୋଳି ରାହା
ସିଏ ବି ତୁମରି ସଖୀ
କାନ୍ଦେ ହୋଇ ନିରିମାଖୀ
ଅବତରି ଆସ, ପାପ କର ହରଣ ।
ସଖା ହେ ! ଆଉ ଥରେ ନିଅ ଜନମ ......(୦)

ଥରେ ସିନା ନାଶିଥିଲ କଂସ କେଶୀଙ୍କୁ
ଦୁର୍ଯ୍ୟୋଧନ, ଦୁଃଶାସନ, ଶିଶୁପାଳଙ୍କୁ
ଏବେ ଦେଖ ଶହ ଶହ ପାପୀ ଦାଉରେ
ଟଳମଳ ତୁମ ସୃଷ୍ଟି ପାପ ଭାରରେ,
ଜନନୀର ଲୋତକକୁ ପୋଛ ମୋହନ ।
ସଖା ହେ ! ଆଉ ଥରେ ନିଅ ଜନମ .....(୧)

ଗୋଟିଏ ଦ୍ରୌପଦୀ ଲଜ୍ଜା ନିବାରିଥିଲ
କୋଟିଏ ଦ୍ରୌପଦୀ ଏବେ କେତେ ବିକଳ,
ଦ୍ବାପରେ ସାହାଯ୍ୟ କଲ ଗୋଟିଏ ସଖୀ
ଏବେ କୋଟିକୋଟି ସଖୀ ଅଛନ୍ତି ଟାକି,
ଜନନୀ ଜାତିର ଦୁଃଖ ଫେଡ ମୋହନ ।
ସଖା ହେ ! ଆଉ ଥରେ ନିଅ ଜନମ ...... ।(୨)

ପାପୀମାନଙ୍କ ଉତ୍ପାତ ଭରିଯାଇଛି
ଜୀବନ-ଯନ୍ତ୍ରଣା ଆଜି ବଢିଯାଇଛି,
ଆଉ ଥରେ ଧର୍ମରାଜ୍ୟ ସ୍ଥାପନ କର
ସତ୍ୟ, ଶାନ୍ତି, ପ୍ରେମ, ମୈତ୍ରୀ ଛୁଉଁ ହୃଦର
ସୁଦର୍ଶନ ଧରି ହୁଅ ଧରାବତରଣ ।
ସଖା ହେ ! ଆଉ ଥରେ ନିଅ ଜନମ ..... । (୩)


ରମେଶ ଚନ୍ଦ୍ର ମିଶ୍ର,
ସମ୍ପାଦକ, ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା, ଅନୁଗୋଳ ।

Post a Comment

0 Comments