OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ସ୍ୱୟଂସିଦ୍ଧା - ସସ୍ମିତା ରାଉତ

ସ୍ୱୟଂସିଦ୍ଧା - ସସ୍ମିତା ରାଉତ

ଅନ୍ତର୍ଦାହରେ ଜର୍ଜରିତ ଅନ୍ତର
ଅନ୍ତରଙ୍ଗ ଅନ୍ତରାତ୍ମା କରେ କ୍ରନ୍ଦନ
ସହିବାର ଆଉ ସାମର୍ଥ୍ୟ ନାହିଁ
ନରପିଶାଚ ମାନଙ୍କର ହୀନମନ୍ୟତା
ବହୁତ ହୋଇଗଲା ନାଚାର ପଣ
ବଳାତ୍କାର ଲୁଣ୍ଠନ ଅପମାନ

ଜନ୍ମଗ୍ରହଣ ଠାରୁ ବୃଦ୍ଧା ପର୍ଯ୍ୟନ୍ତ
ସହିଛି ପୁରୁଷର ମିଛ ଅହଙ୍କାର
ତିଳତିଳ ଦଗ୍ଦିଭୂତ ହୃଦଯକୋହ
ସର୍ବଦା ଭୂଲୁଣ୍ଠିତ ଆତ୍ମସ୍ବର
ରୂପ ସୌନ୍ଦର୍ଯ୍ୟର ମୁଖାତଳେ
ନାରୀର ଆତ୍ମଜା କରେକ୍ରନ୍ଦନ

ଜଳୋଚ୍ଛ୍ବାସ ତାର ନେତ୍ରଯୋଡା
ଅବଧାର୍ଯ୍ୟ ଅବଧାରଢଣର
ଅବଧି ଏବେ ଉପନୀତ
ଅନ୍ଧୀଭୂତ ଅନେକ ପ୍ରହେଳିକା
ସଜ୍ଜନ ଆସ୍ଥରଣ ତଳେ ଦଶାନନ
ବିକଟାଳ ଅଟ୍ଟହାସ୍ୟର ପ୍ରହାର

ମୃତସ୍ନାନ କରିସାରିଛି ସଭ୍ୟସମାଜ
ସୀତାପରି ଧରାଶାୟୀ ହେବନିସତ୍ୟ
ନିଜକୁହିଁ ଫିଟାଇବାକୁ ପଡ଼ିବ
ନିଜ ପାଇଁ ମୁକ୍ତିର ପଥ
ଅପର୍ଣ୍ଣା ଶରଣ୍ୟା ପରିକା
ସଂହାର କରିବାକୁ ପଡ଼ିବ

ନୟନ ନିଷ୍ପେଷିତ ବହ୍ନୀଜ୍ବାଳାରେ
ଜାଳିଦେ ଯାଗ୍ୟସ୍ବେନୀ ପରିକା
ଦୁର୍ଯ୍ୟୋଧନର ମିଛ ଅହମିକା
ଦୁଃଶାସନର ରକ୍ତ ଅଞୁଳାରେ
ଧୋଇଦେ ମୁକୁଳା କେଶଗୁଚ୍ଛା
ରଚିଦେ ମୋହାଭାରତର ବିଭିସିକା

ଆଉନୁହଁ ଅବଗୁଣ୍ଠିତ ଅବଚେତନ
ଅହ୍ଲାଇଦେ ଅବତସ ଅଳଙ୍କାର
ଚେତିଯାଅ ସମାଜର ବାର୍ତ୍ତାବାହ
ଛାଡ଼ିଦିଅ ମିଛ ଅହମିକାକୁ
ନାରୀ ଆତ୍ମାକୁ ଧର୍ଷିବା ବନ୍ଦକର
ଉପନୀତ ସ୍ବୟଂସିଦ୍ଧା ଆଗମନର


ଶ୍ରୀମତୀ ସସ୍ମିତା ରାଉତ, ସୋର, ବାଲେଶ୍ଵର

0 Comments