ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ପ୍ରଭୁ କୃପା - ପ୍ରଶାନ୍ତ କୁମାର ନାଥ

ପ୍ରଭୁ କୃପା - ପ୍ରଶାନ୍ତ କୁମାର ନାଥ

ମନ୍ଦିରକୁ ଯାଇ ପୁଜୁଛ ଠାକୁର
ଭକ୍ତିଭାଵ ମନେ ଭରି
ଭାବୁଛ ଠାକୁରେ ତୁମରି ମନରେ
ବସିଯିବେ ଘର କରି ।
ପ୍ରଭୁଙ୍କୁ ପାଇବ ତୁମ ଅଗଣାରେ
ପିତାମାତା ସେବୁଥିଲେ
ତାଙ୍କ ଆଶୀର୍ବାଦ ଜୀବନ ତୁମର
କଟିଯିବ ପୁରା ଭଲେ ।
ଅନ୍ତର କନ୍ଦେଇ ମନ୍ଦିର ଧାଇଁଲେ
ପାଇବକି ପ୍ରଭୁ କୃପା ?
ପିତାମାତା ସେବା କରୁଥାଏ ଯିଏ
ହୁଏସେ ଜଗତଜିତା ।
ଭାବୁଛକି ତୁମେ ଲାଞ୍ଚ କିଛି ଦେଲେ
ନିଜର ହୋଇବେ ପ୍ରଭୁ
ଭୋଗରାଗ ଆଉ ଦକ୍ଷିଣା ଯାଚିଣ
କରିନେବ ତୁମେ କାବୁ ।
ଅଦୃଶ୍ୟ ଭାବରେ ଠାକୁର ଅଛନ୍ତି
ସବୁଠାରେ ଦିବ୍ୟମାନ
ଗୁରୁ ଗୁରୁଜନ ସେବା କରୁଥିଲେ
ଜିଣିବ ତାଙ୍କରି ମନ ।
ସାହାଯ୍ୟ କରିବ ଅଭାବୀ ଲୋକଙ୍କୁ
ପ୍ରଭୁ ହୋଇଯିବେ ଖୁସି
ଦୁଃଖୀ ରଙ୍କି ଦେଖି ଦାନ କରୁଥିବ
ଦିନ କଟିଯିବ ହସି ।
ନର ଦେହେ ପରା ନାରାୟଣ ଥାନ୍ତି
ଏକଥା ରଖିବ ମନେ
ତାଙ୍କରି ସେବାରେ ପ୍ରଭୁ କୃପା ପରା
ତୁମେ ଯେ ଲଭିବ ଦିନେ ।

0 Comments