Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଆମ ରାଜଧାନୀ ଭୁବନେଶ୍ଵର - ଲଳିତା ଜେନା

ଆମରି ସହର କେଡେ ସୁନ୍ଦର ।
ମନ୍ଦିର ମାଳିନୀ ନାମଟି ତାର
ଆମ ରାଜଧାନୀ ଭୁବନେଶ୍ଵର ।
ସେଠି ଅଛି ଦେବାଦେବୀ ମନ୍ଦିର ll
ଦେଶ ବିଦେଶରୁ ଆସନ୍ତି ଧାଇଁ ।
ଖଣ୍ଡଗିରି ଗୁମ୍ପା ଦେଖୁବା ପାଇଁ
ଲିଙ୍ଗରାଜ ଆଉ ରାମ ମନ୍ଦିର ।
ଏଠି ଥାଏ ପରା ବିନ୍ଦୁ ସାଗର
ରାଜରାଣୀ ମନ୍ଦିର ଅଛି ଭାଇ ।
ଦୟା ନାମେ ନଦୀ ଯାଇଛି ବହି
ଧଉଳି ପାହାଡ ଯଦି ଦେଖିବ ।
କଳିଙ୍ଗ ଯୁବ ମନେ ପଡିଯିବ ।
କୋଟ କଚେରି ସହରେ ଅଛି ।
ବିଜୁ-ବିମାନ ବନ୍ଦର ହୋଇଛି ।
କ୍ୟାପିଟାଲ ହସ୍‌ପିଟାଲ ସହରେ ।
ସ୍ବାସ୍ଥ୍ୟ ସେବା ପାଇଁ ଧାଇଁ ଆସରେ
ଇନ୍ଦିରା ପାର୍କରେ ଯାଇ ବସିବ ।
ଆନନ୍ଦରେ ମନ ଭରିତ ଯିବ
ରବୀନ୍ଦ୍ର ମଣ୍ଡପ ସେଠାରେ ଅଛି ।
କେତେ ନାଚ ଗୀତ ସବୁ ହେଉଛି ।
ସୂଚନା ଭବନ ଭୁବନେଶ୍ଵରେ ।
ପି.ସି.ଆର, ରାତି ଦିନରେ
ଭୁବନେଶ୍ବର ଦୂର ଦର୍ଶନ ।
ଛାଡି ଆସିବାକୁ ନହୁଏ ମନ ।
ନଅତାଲା ଘର କେତେ ଅଫିସ ।।
ନିକୋ ପାର୍କ ଦେଖି ହୋଇବ ଖୁସି
ଆଗେଇଛି ଶିକ୍ଷା ପାଇଁ ସହର ।
ଆସିଥାନ୍ତି ପିଲା କେତେ ଯେ ଦୂର
କେତେ ଫିଲ୍ମ ହଲ୍ ଅଛି ସହରେ ।
ଟ୍ରାଫିକ ବ୍ୟବସ୍ଥା ସୁନ୍ଦର କରେ
କେତେ କିଣାବିକା ଯେତେ ଦରବ ।
ଭୁବନେଶ୍ବରରୁ ସବୁ ପାଇବ
ପରିଷ୍କାର ଲାଗେ ଏହି ସହର ।
ମନ୍ଦିର ମାଳିନୀ ଭୁବନେଶ୍ଵର
ବାଟେ ଘାଟେ ଅଳିଆ ନ ପଡ଼ଇ ।
ବି.ଏମ୍.ସି ମୁକାବିଲା ଯାଇ କରଇ
ରେଳ ସେବା ପାଇଁ ଭୁବନେଶ୍ଵର ।
ଯିବା ଆସିବାକୁ ନହୁଏ ଦୂର ।
ପ୍ଲାନେଟୋରିୟମ୍ ଅଛି ସହରେ ।
ପିଲାଙ୍କ ପାଇଁ ସେ ଆନନ୍ଦ କରେ
ପ୍ରଧାନ ଡାକଘର ଏହିଠାରେ ।
ରାସ୍ତା ଆଲୋକରେ ସୁନ୍ଦର କରେ ।
ସ୍ମାର୍ଟ ସିଟିରେ ନାମ ପାଇଛି ।
ବିଧାନ ସଉଧ ସହରେ ଅଛି ।
ଭୁବନେଶ୍ବର ନନ୍ଦନ କାନନ ।
ଛାଡି ଆସିବାକୁ ନହୁଏ ମନ
ମ୍ୟୁଜିୟମ ଲାଗେ କେଡେ ସୁନ୍ଦର ।
ପିଲା କରୁଥାନ୍ତି କେତେ ଆଦର
ଶିଖର ଚଣ୍ଡୀ ଥାନ୍ତି ପାହାଡରେ ।।
ବଣ ଭୋଜି ଭାତ ହୁଏ ସେଠାରେ ।
କେତେ ସୁନ୍ଦର ଆମ ରାଜଧାନୀ ।
ନାମ ହୋଇଛି ମନ୍ଦିର ମାଳିନୀ
ଯେଉଁଠି ଦେଖିବ ଆମେ ଓଡିଆ ।
ଆମ ରାଜଧାନୀ ଭାରି ବଢିଆ ।


ଲଳିତା ଜେନା,
ପଟିଆ, ଭୁବନେଶ୍ୱର,
ମୋ : ୯୦୯୦୩୪୮୦୭୧

Post a Comment

0 Comments