Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କଳା କହ୍ନେଇ - ସଦାନନ୍ଦ ସାହୁ

ମୟୂର ଚନ୍ଦ୍ରିକା ଜନ୍ମ ସ୍ମରଣିକା
କଳାରେ ନୈପୁଣ୍ୟ ସୁତ ;
ହେପ୍ରଭୁ ନନ୍ଦର ନନ୍ଦନ କୃଷ୍ଣ
ଦେବକୀର ଆଶା ପୁତ୍ର !
ଦୁଇଟି ଜନନୀ ସୌଭାଗ୍ଯା ନନ୍ଦିନୀ
ଯୋଶୋଦା ଦେବକୀ ମାତା ;
ଜନମ ପାଳନ କଲେ ଭିନ୍ନ ଭିନ୍ନ
ଆହାକି ଏ ଧର୍ମ ବାର୍ତ୍ତା !!
କାରାଗାରେ ବନ୍ଦୀ ଅଭାଗୀ ଦେବକୀ
ପରାକ୍ରମୀ ଭ୍ରାତା କଂସ ;
ନିଷ୍ଠୁର ଭ୍ରାତାର ଏକି ଅବିଚାର
ଭଗ୍ନୀ ଗର୍ଭ ହେଉ ନାଶ !!
ଶୂନ୍ୟ ବାଣୀ ସତ୍ୟ ଭାଳି ହୁଏ କଂସ
ନାଶ ଯିବ ଶିଶୁ ହସ୍ତେ ;;
ସେ ଶିଶୁ ଭଣଜା ଭଗିନି ଗର୍ଭଜା
ଅଷ୍ଟମେ ଆସିବ ମର୍ତ୍ତ୍ଯେ !!
ପିତା ବସୁ ଦେବ ଭୋଗେ ସମ ଦୁଃଖ ;;
ପତ୍ନୀ ସଙ୍ଗେ କାରାଗାରେ ;;
ଜନମ ଲଭିଲେ କଳାକାହ୍ନୁ ବାରେ
ନେଇ ଯିବ ଗୋପନରେ !!
ଜନମ ବୃତାନ୍ତ ଚିର ସ୍ମୃତି ମୟ
କୃପାମୟ ପ୍ରଭୁ ଇଚ୍ଛା ;;
ବାସୁକି ନାଗର ସୁରକ୍ଷା କବଚ
ବାସୁର ମସ୍ତକେ ଛତା !!
ଝଡ଼ି ବରଷା ରେ ନିଶାର୍ଦ୍ଧ ରାତ୍ରୀରେ
ଜନମିଲ ପ୍ରଭୁ ତୁମେ
ମାଆ ଦେବକୀ ର ତୁମେ ଚିର ହସ
ପିତା ବସୁଦେବ କର୍ମେ !!
ନନ୍ଦ ରାଜା ଘରେ ମୂର୍ଚ୍ଛିସେ ଆସିଲେ
ବିଜୁଳି କନ୍ୟାକୁ ନେଇ ;;
ସେ ବିଜୁଳି କନ୍ଯା ଆକାଶରେ ଧନ୍ୟା
କଂସର ଚେତନା ଦ୍ଯେହୀ ;!!
ହେ ବ୍ଯଭିଚାରୀ ପିତୃ ନିନ୍ଦାକାରୀ
ସଅଳେ ତୁ ଯିବୁ ତରୀ ;;
ଗୋପରେ ବଢୁଛି କଳା କହ୍ନେଇରେ
ପୁଷ୍ପ ପ୍ରୀତି ଭାର ଧରି !!


ସଦାନନ୍ଦ ସାହୁ, କାରାକର୍ମଚାରୀ
କେନ୍ଦ୍ରୀୟ କାରାଗାର, କଟକ, ଚୌଦ୍ୱାର

Post a Comment

0 Comments