Information

ଅଣୁଗଳ୍ପ - ଡ୍ୟାଡ଼ - ଏ. ପି. ଶୁଭକାନ୍ତ

ରମେଶ ବାବୁ ଉଚ୍ଚପ୍ରତିଷ୍ଠିତ ସରକାରୀ କର୍ମଚାରୀ । ସ୍ତ୍ରୀ ଓ ୬ ବର୍ଷର ପୁଅ ଚିନୁ କୁ ନେଇ ତାଙ୍କ ପରିବାର । ସ୍ବାମୀ ସ୍ତ୍ରୀ ଉଭୟେ ଅନ୍ୟ ଆଗରେ ନିଜକୁ ଦେଖାଇହେବାକୁ ପସନ୍ଦ କରନ୍ତି । ପୁଅକୁ ଇଂରାଜୀ ମାଧ୍ଯମିକ ବିଦ୍ୟାଳୟରେ ପଢାଉଛନ୍ତି । ଘରେ ତଥା ବାହାରେ ନିଜର ଭାଷାରେ ଉଭୟେ ପତି ପତ୍ନୀ ଇଂରାଜୀ ବହୁଳ ଭାବେ ବ୍ୟବହାର କରୁଛନ୍ତି । ପୁଅକୁ ଓଡ଼ିଆ ମାଧ୍ଯମିକ ତଥା ସରକାରୀ ବିଦ୍ୟାଳୟର ପିଲାଙ୍କ ଠାରୁ ଦୁରାଇ ରହିବାକୁ କହିଛନ୍ତି । ଆଜି ଟିଭି ରୁ "ବାପା" ଶବ୍ଦ ଶୁଣି ପୁଅ ଯେତେବେଳେ ପଚାରିଲା ଡ୍ଯାଡ ବାପା ମାନେ କଣ ରମେଶ ବାବୁ ବୁଝିପାରୁନଥିଲେ ପୁଅ ର ଇଂରାଜୀ ଅଭ୍ଯାସ ପାଇଁ ଖୁସି ହେବେ ନା ଲଜ୍ଜିତ !

Post a Comment