Information

ଗୁରୁ ବନ୍ଦନା - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଗୁରୁ ପିତା,ମାତା ଗୁରୁ ପରମବ୍ରହ୍ମ , ଗୁରୁ କୃପାରୁ ନର ଜନମ ଧନ୍ୟ
ଜ୍ଞାନ ଚକ୍ଷୁ ଖୋଲି ଯାଏ ଗୁରୁ କୃପାରୁ
ଗୁରୁ ଆଦି ଅନନ୍ତ ଯେ ମହାମେରୁ
ସେବିବି ନିତି ମୋର ଗୁରୁ ଚରଣ
ଗୁରୁ ପିତା,ମାତା ଗୁରୁ ପରମବ୍ରହ୍ମ ।।

ବିଦ୍ୟାଦାତା, ଜ୍ଞାନ ଦାତା, ବୁଦ୍ଧି ,ବିବେକ , ଲଭବୁ ଅଚିରେ ଗୁରୁ ସେବା ତୁ କର
ଗୁରୁ ପଦ ସେବି ଦିନେ ଶବର ପିଲା
ଏକଲବ୍ୟ ନାମ କ୍ଷାତ ଜଗତେ ହେଲା
ଧୈ।ମ୍ୟ ଋଷି ଆରୁଣୀ ର କଥାତ ଯାଣ
ଗୁରୁ ପିତା,ମାତା ଗୁରୁ ପରମବ୍ରହ୍ମ ।।

ସେହି ଗୁରୁଦେବ ପାଦପଦ୍ମେ ଶରଣ , ଗୁରୁଦେବ ଦୟାକର ମୁଁ ଅଜ୍ଞାନ ଜନ
ତୁମବିନା ନାହିଁ ଗତି ନାହଁ ମୁକତି
ତବ ଶ୍ରୀଚରଣେ ମୋର ଭକ୍ତି ପ୍ରଣତି
ଜୟ ଜୟଦେବ ଗୁରୁ ଗଲି ଶରଣ
ଗୁରୁ ପିତା,ମାତା ଗୁରୁ ପରମବ୍ରହ୍ମ ।।


କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା

Post a Comment