Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ଗୁରୁ ଦିବସ - ମିଥୁନ ସାହୁ

ଗୁରୁଙ୍କ ବିନା ଜ୍ଞାନ ଅର୍ଜନ
ସମ୍ଭବ କେବେ ନୁହେଁ,
ତାଙ୍କ ଆଶିଷ ପାଖରେ ଥିଲେ
ଅଜ୍ଞାନ ଦୂର ହୁଏ,,।।
ରୁପକୁ ଦେଖି କେବେ କାହାର
ଜାଣି ହୁଏନି ଜ୍ଞାନ,
ପ୍ରକୃତ ଜ୍ଞାନୀ ସିଏହିଁ ଜାଣ
ସ୍ୱଚ୍ଛ ଯାହାର ମନ,,।।
ଦିନେନା ଦିନେ ଗୁରୁଠୁ ଆମେ
ନେଇଥିବା ଯେ ଶିକ୍ଷା,
ଗୁରୁଙ୍କୁ କେହି କେବେବି ସତେ
କରନାହିଁ ଉପେକ୍ଷା,,।।
ବହୁତ ଧନ ରତ୍ନ ଥିଲେବି
ନ'ଥିବ ଯଦି ଜ୍ଞାନ,
କେବେନା କେବେ ଅନ୍ୟ ଆଗରେ
ହୋଇବ ହୀନିମାନ,,।।
ସମୟ ସାଥେ ଚାଲୁଛି ଆଜି
ତୁମ୍ଭଠୁ ଶିକ୍ଷା ନେଇ,
ସଦା ଏମିତି ଆଶିଷ ତୁମ୍ଭ
ଥାଉ ମୋହରି ପାଇଁ,,।।


ମିଥୁନ୍ ସାହୁ
ମାଳ ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0 Comments