Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଭଲ ପାଇଁ - ରମାକାନ୍ତ ମିଶ୍ର

କୁଆ ମନ ଦିନେ ହେଲା ଭାରି ବିରସ
ତା ରଙ୍ଗ ରୂପରେ କେହି ନୁହେଁ ହରଷ
ତା କର୍କଶ ବାଣୀ ଶୁଣିଲେ ଲୋକେ
ଖେଦନ୍ତୀ ତାକୁ ଦୁଆର ଯାକେ
ଭାବିଲା କୋଇଲି ରଙ୍ଗ ବି କଳା
କିନ୍ତୁ କେଡେ ସୁନ୍ଦର ତାର ଗଳା
କହିଲା କୋଇଲି କୁ କୁଆ
ତୋ ଗଳା ଭାରି ବଢିଆ
କୋଇଲି କହିଲା ମୋରଙ୍ଗ କଳା
ବଗ କୁ ଦେଖ ତା ରଙ୍ଗ ଧଳା
ଆଉ ମଧ୍ୟ ସୁନ୍ଦର ତା ଗଳା
କୁଆ ଗଳା ବଗ ନାନୀ ପାଖକୁ
ଏ ରଙ୍ଗ ଆଉ ଗଳା ପାଇଲୁ କାହାଠୁ ?
କହିଲା ବଗ ନାନୀ ମୁଁ ତ ପୁରା ଧଳା
କଣ ହେବ ଭଲ ହେଲେ ବି ଗଳା
ଦେଖ ସେ ସୁନ୍ଦର ଶୁଆ ଭଉଣୀକୁ
ରୂପ ରଙ୍ଗ ସହ ତା ଭଲ ଗଳାକୁ
କୁଆ ଗଲା ତର ତରେ ଶୁଆ ପାଖକୁ
ପଚାରିଲା ଏ ରଙ୍ଗ ରୂପ ପାଇଲୁ କାହାଠୁ ?
ଶୁଆ କହିଲା କି ରଙ୍ଗ ରୂପ ଇଏ ?
ଦେଖ ଯାଇ ମୟୁର କୁ କି ସୁନ୍ଦର ସିଏ !
କୁଆ ଗଲା ବେଗେ ମୟୁର ପାଖକୁ
ପଚାରିଲା କାହୁଁ ପାଇଲୁ ଏ ରଙ୍ଗ ରୂପକୁ ?
ମୟୁର ହେଲା ଦୁଃଖରେ ଅତି ବିଚଳିତ
କହିଲା ମୁଁ ସର୍ବଦା କାରାରେ କବଳିତ
କହିଲା କୁଆ ଭଉଣୀ ତୁମେ କେତେ ଭଲ
ତୁମେ ମୁକ୍ତ ଆମ ପାଇଁ ଚିଡିଆଖାନା ଜେଲ
ଭଉଣୀ ତୁମେ ମୁକ୍ତ ତେଣୁ ତୁମେ ହିଁ ଭଲ
ବୁଝି ଗଲା କୁଆ ମନ ଭିତରେ
ହରଷିତ ହେଲା ନିଜ ମନରେ
ରଙ୍ଗ ରୂପ ଆଉ ଏପରି ଗଳା ଥିବାରୁ
ତାକୁ କେହି ପଞ୍ଜୁରୀରେ ଦିଅନ୍ତିନି ଭରି
ଭଗବାନ ଯାହା କରନ୍ତି ତାହା ଭଲ ପାଇଁ
ବୁଝିଗଲେ ଏତିକି ଆଉ ମନ ଦୁଃଖ ନାହିଁ I


ରମାକାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮ ଶୈଳଶ୍ରୀ ବିହାର, ଭୂବନେଶ୍ୱର - ୭୫୧୦୨୧

Post a Comment

0 Comments