OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ଘଟଣା ପ୍ରବାହ - ବାଜେକଥା - ସଲିଳ କୁମାର ସ୍ଵାଇଁ

ଘଟଣା ପ୍ରବାହ - ବାଜେକଥା - ସଲିଳ କୁମାର ସ୍ଵାଇଁ


ସକାଳୁ ସକାଳୁ ଚାଲିବାକୁ ପରାମର୍ଶ ଦେଲେ ଡାକ୍ତର । ଦେହ ଭଲ ରହିବ ଆଊ ରକ୍ତଚାପ ନିୟନ୍ତ୍ରଣରେ ରହିବ । ଡାକ୍ତରବାବୁଙ୍କ କଥା ଶୁଣି ପିଲାଦିନର ଛବିବହି ମନେ ପଡିଗଲା । ‘ସକାଳବୁଲା ଦେହକୁ ହିତ’ ବୋଲି ପଢିଥିଲି । ଆଜି ସକାଳୁ ସକାଳୁ ଆମ୍ବତୋଟା ଆଡେ ଚାଲିଲି । ବାଟରେ ଭେଟହେଲା ଗାଁ’ର ପରିଚିତ ବୁଢୀ’ମା ସହ । ଅନେକ ଦିନ ପରେ ଦେଖା । ଆଦରରେ ଆଉଁସି ଫକେଇଲା । ଭଲମନ୍ଦ ପଚାରିଗଲା । ହାତରେ ଥିଲା ତାର ସିମେଣ୍ଟ ଜରିରେ ତିଆରି ମୁଣା । କୁଆଡେ ଯାଉଚି ବୋଲି ପଚାରିବାରୁ କହିଲା- ଆଜି ମାସନ୍ତ ତ, ତେଣୁ ଗାଁ ଭିତରେ ପୁରୁଣା ଘରେ ଥିବା ବଡପୁଅ ପାଖକୁ ଯାଉଛି । ଆମ୍ବତୋଟାରେ ନୂଆଘର କରି ରହୁଥିବା ସାନପୁଅର ପାଳି ଗତକାଲି ରାତିରେ ସରିଲା । ଆଜିଠାରୁ ବଡପୁଅର ଆରମ୍ଭ । ପୁଣି ମନେପଡିଗଲା ପିଲାଦିନର ଦୄଶ୍ୟ । ଏଇ ମା’ର ଦୁଇପୁଅ ‘ମୋ ବୋଉ’ ‘ମୋ ବୋଉ’ କହି ପିଲାବେଳେ ଝଗଡା କରୁଥିଲେ ପରସ୍ପର ମଧ୍ୟରେ । ସେଥିପାଇଁ ଏବେ ମାସେ ମାସେ କରି ବାଣ୍ଟି ନେଇଛନ୍ତି ।

ସଲିଳ କୁମାର ସ୍ଵାଇଁ
ମଙ୍ଗଳାଯୋଡି, ଖୋରଧା, ଦୂରଭାଷ : ୯୪୩୭୦୯୦୧୨୪

1 Comments

  1. Purna Chandra BhuyanSeptember 16, 2018 at 4:46 AM

    ଆଜିର ସମାଜର ର ବାସ୍ତବିକ ସତ୍ୟ କଟୁ କଥା ଟିଏ

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।