Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଗୁରୁଦିବସ - ପ୍ରୀତିପ୍ରିୟା ମହାନ୍ତି

ଗୁ---ଗୁରୁ ହିଁ ବ୍ରହ୍ମା ଗୁରୁ ହିଁ ବିଷ୍ଣୁ
ଗୁରୁ ବି ମହେଶ୍ୱର,
ଗୁରୁ ନୁହଁନ୍ତି ଛାର ମଣିଷ
ସାକ୍ଷାତ ସେ ଇଶ୍ୱର ।

ରୁ---ରୁଆନ୍ତି ସେ ତ ଜ୍ଞାନର ବୀଜ
ଶିଷ୍ୟର ଶୂନ୍ୟ ଶିରେ,
ରୁଷ୍ଟତାରେ ଶିଷ୍ଟ ରଖି
ନର ଗଢ଼ନ୍ତି କରେ ।

ଦି---ଦିଆପଣରେ ଦିଅନ୍ତି ବାଣ୍ଟି
ସ୍ୱଛ ମନେ ଶିକ୍ଷା,
ଦିବାନିଶି କରିଣ ଏକ
କରନ୍ତି ଆମ ରକ୍ଷା ।

ବ---ବଡ଼ନାମ ତୁମ ଯୁଗେ ଯୁଗେ
ବନ୍ଦନୀୟ ଗୁରୁଦେବ,
ବଉଦ ହଟାଇ ଅଶିକ୍ଷାର
ସମାଜକୁ ନିତି ସେବ ।

ସ---ସଞ୍ଜୀବନି ଯେ ତୁମର ଶିକ୍ଷା
ସଙ୍କଟୁ କରେ ପାର।
ସଦଗୁଣ,ସ୍ନେହ,ଶିକ୍ଷା ପ୍ରତୀକ
ଘେନ ମୋ ନମସ୍କାର ।


ପ୍ରୀତିପ୍ରିୟା ମହାନ୍ତି, ମୟୂରଝାଲିଆ, ରଣପୁର, ନୟାଗଡ଼

Post a Comment

0 Comments