ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ଅଣୁଗଳ୍ପ - ପେନସନ - ଏ. ପି. ଶୁଭକାନ୍ତ

ଅଣୁଗଳ୍ପ - ପେନସନ - ଏ. ପି. ଶୁଭକାନ୍ତ

ରମେଶ ଦାସ ପରିବାର କହିଲେ ପତ୍ନୀ, ଗୋଟିଏ ପୁଅ ଆଉ ଗୋଟିଏ ଝିଅ। ରମେଶ ବାବୁ ପେନସନ କାର୍ଯ୍ୟାଳୟ ରେ ୨୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଚାକିରୀ କରିଛନ୍ତି। ଚାକିରୀ ସମୟରେ ସରକାରୀ ଦରମା ଖୁବ କମ ଥିଲେ ବି ତାହା ତାଙ୍କ ଜୀବନ ଉପରେ କିଛି ପ୍ରଭାବ ପକାଇନଥିଲା। ଗୁଜୁରାଣ ମେଣ୍ଟାଇବା ପାଇଁ ସରକାରୀ ଦରମା ର ଆବଶ୍ୟକତା ପଡୁନଥିଲା ଉପୁରି ପଇସା ରେ ଚଳୁଥିଲା। ଉପୁରି ପାଇଁ ଲୋକଙ୍କୁ ଅନେକ ଥର ଦଉଡାଇଛନ୍ତି। ଚାକିରୀ ଥିବାବେଳେ ପୁଅ ଝିଅ ଙ୍କୁ ପାଠପଢା ଓ ବାହାଘର ରେ ଅନେକ ଖର୍ଚ୍ଚ କଲେ। ଝିଅ ତା ପରଘରି ପରଘରକୁ ଚାଲିଗଲା ଆଉ ପୁଅ ତା ସ୍ତ୍ରୀ କୁ ନେଇ ବାହାରେ ରହୁଛି। ବୁଢ଼ା ବୁଢ଼ୀ ଦୁଇପ୍ରାଣୀ ତାଙ୍କର ଆଉ କେହି ନାହିଁ। ଅବସର ଗ୍ରହଣ କରିଥିଲେ ମଧ୍ୟ ବାବୁଙ୍କର ପେନସନ ଫାଇଲ ତା ଭିତରେ ଅଟକିଯାଇଛି। ଆଜି ରମେଶ ବାବୁ ଭାବୁଛନ୍ତି ଦୁନିଆରେ ସବୁକିଛି ଅନୁକରଣ ଚାଲିଛି ଯଦି ମୁଁ ଲୋକଙ୍କୁ ଏମିତି ଦୌଡାଈ ନଥାନ୍ତି ତେବେ ମତେ ମଧ୍ୟ ଏ ବୁଢ଼ା ବୟସରେ କଷ୍ଟ କରିବାକୁ ପଡିନଥାନ୍ତା।

0 Comments