ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ଭୁଲିଯାଏ ବୟସ - ପୂର୍ଣଚନ୍ଦ୍ର ଭୂୟାଁ

ଭୁଲିଯାଏ ବୟସ - ପୂର୍ଣଚନ୍ଦ୍ର ଭୂୟାଁ

ବିଚିତ୍ର,ଏ ଅବୁଝା ମନ ,
କରେ ସ୍ତମ୍ଭୀଭୂତ!!
ଗୋଳିଘାଣ୍ଟି ପ୍ରାଣବାୟୁକୁ,
କରିପକାଏ ଅସହାୟ, ବିବସ
ଆଉ ଲୁଟି ସମସ୍ତ ପୌରୁଷ,
ଦେଖିବାକୁ ତୋତେ ଗୋଟିଏ ମୁହୂର୍ତ୍ତ,

ଅପେକ୍ଷାରେ,
ସୁଖଦ ଯନ୍ତ୍ର୍ରଣା ସାଉଁଟି ସାଉଁଟି,
ଭୁଲିଯାଏ କାଳବେଳ,
ବୟସ, ଚତୁର୍ଦିଗ ଓ ଆଖପାଖ ପରିବେଶ,
ଭଲଲାଗେ କହିବାକୁ
"ମୁଁ ତୋତେ ଭଲପାଏ",
ମନ କହେ ବିତିଯାଉ ତୋତେ ମନ ପକାଇ ପକାଇ,
ମୋର ସବୁତକ ଆୟୁଷ l




ପୂର୍ଣଚନ୍ଦ୍ର ଭୂୟାଁ
ପର୍ଦାର୍ଥ ବିଜ୍ଞାନ ଶିକ୍ଷକ
ବ୍ରହ୍ମପୁର, ଗଞ୍ଜାମ

0 Comments