Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଘେନ ମୋର ଶେଷ ପ୍ରଣାମ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

• କେଉଁ ଏକ ଅଜଣା ପୁରରୁ ତୁମରି ମହାର୍ଘ ପରଶ
• ବଳେ, ଉଦ୍ଜିବିତ ଏ ରମ୍ୟ ଚାରୁଚିତ୍ର ଅଦ୍ଭୁତ ପୃଥିବୀ
• ତେବେ ଏଠି କାହିଁ ମୋର ଅସ୍ତିତ୍ବ, କିବା ଅଛି ମୋ ନିଜସ୍ବ ।
• କି ଯଶ ଲଭିବି କୁହ ପ୍ରଭୁ ତୁମଦାନ ତୁମକୁ ଅରପି ।।

• ଏବେ ମୁଁ ବଦଳି ଯାଇଛି ପାଲଟିଯାଇଛି ସ୍ବାର୍ଥପର
• ବାନ୍ଧି ହୋଇ ମୋହ,ମାୟା, କାମନା,ବାସନା ଜାଲରେ
• ସ୍ବାର୍ଥାନ୍ଧେ ମୁଁ ତୁମକୁ ଖୋଜିଲି ଘର,ବନ,ପର୍ବତ କାନ୍ତାର ।
• ନପାଇ ଭାବେ, ସତେ ଲୁଚି ରହିଛ ଭକ୍ତ ହୃଦୟ କନ୍ଦରେ ।।

• ତୁମ ଅଛୁଆଁ ପରଶ ଏବେ ମୋ ମନରେ ତୋଳେ ଶିହରଣ
• ଦେଖାଦିଅ ଆସ ବସ ମୋର ମୁକୁଳା ହୃଦୟ ମନ୍ଦିରେ
• ତୁମ ମଧୂର ବଇଁଶୀ ର ସ୍ବନ କରୁଛି ଏ ମନ ହରଣ ।
• ଅପସରୁ ମାୟା, ଯେପରି ରାତି ହଜେ ଅରୁଣ କିରଣେ ।।

• ମନ ଗୋଟେ ଅମାନିଆ ବଣୁଆ ଚଢ଼େଇ କଥାମାନେ ନାହିଁ
• ଶରୀର ତ ମାଟି ପିଣ୍ଡ ବନ୍ଧା ସିଏ କାଳର କବଳେ
• ତୁମେ ମୋର ପ୍ରାଣ ଓ ଜୀବନ ଦୟାମୟ ଆହେ ବିଶ୍ବସାଇଁ ।
• ନାହିଁ ଆଉ ପରିତ୍ରାଣ, ଦିଅ ହେ ଶରଣ ତବ ଶ୍ରୀପୟରେ ।।

Post a Comment

0 Comments