Information

ଆମ ସ୍କୁଲ - ପ୍ରଶାନ୍ତ ପ୍ରଧାନ

ଅନ୍ଧାରରେ ଯିଏ ଦେଖାଏ ଆଲୁଅ
ଯେଉଁଠି ସୁଧୁରେ ଭୁଲ
ଅଜ୍ଞାନୀକୁ ଯିଏ କରେ ମହାଜ୍ଞାନୀ
ସେଇ ଏକା ଆମ ସ୍କୁଲ ।।
ଗୁରୁ ଓ ଶିଷ୍ୟର ନିଆରା କାହାଣୀ
ଏଠି ହୁଏ ଖାଲି ଲେଖା
ଶିଷ୍ୟ ପାଇଁ ଗୁରୁ ଜ୍ଞାନର ଭଣ୍ଡାର
ଅନ୍ଧାରରେ ଦୀପଶିଖା ।।
ପଳାସ ଯେ ହୁଏ ଏଠି ପାରିଜାତ
ପଦ୍ମ ଫୁଟେ ପୁଣି ବାଲିରେ
ପରିଚୟ ପାଇ ମୂର୍ଖ ହୁଏ ଜ୍ଞାନୀ
ଗୁରୁଙ୍କ ଅମୃତ ସ୍ପର୍ଶରେ ।।
ଜୀବନଟା ଏକ ଅବୁଝା ଗଣିତ
ସମାଧାନ ତାର କଠିନ
ସେଇ ସମାଧାନ ସହଜ ହୁଅଇ
ପଶିଲେ ଗୁରୁଙ୍କ ଶରଣ ।।
ରୋଗୀ ପାଇଁ ସିନା ବୈଦ୍ୟ ମହୌଷଧି
ରୋଗକୁ ଆରୋଗ୍ୟ କରେ
ଛାତ୍ର କିନ୍ତୁ ହୁଏ ସଂଯମୀ ସଂସ୍କାରୀ
ସ୍କୁଲକୁ ଆସିଲା ପରେ ।।
ଏଇତ ମନ୍ଦିର ବିଦ୍ୟାର ଭଣ୍ଡାର
ଏଠି ହୁଏ ବିଦ୍ୟାଦାନ
ବିଦ୍ୟାବିନା ପୁଣି ମଣିଷ ଜୀବନେ
ରହିଯାଏ ଶୂନ୍ୟସ୍ଥାନ ।।


ଗ୍ରାମ-ବୁରୋମୁଣ୍ଡା, ପୋ-ଗାଇସିଲାଟ, ଜିଲ୍ଲା-ବରଗଡ
ମୋ-9937745497

Post a Comment