OUR READERS STATUS AROUND THE GLOBE : INDIA-369114 CANADA-450 CHINA-889 FRANCE-2506 GERMANY- 2255 QATAR - 61 SINGAPORE - 1114 UNITED STATES - 15666 UNITED KINGDOM - 602 UNITED ARAB EMIRATES - 934 UKRAINE-47 UNKNOWN REGIONS-5943 (As On 31st May 2019)

ଭଲ ପାଏ ବୋଲି - ସଦାନନ୍ଦ ସାହୁ

ଭଲ ପାଏ ବୋଲି - ସଦାନନ୍ଦ ସାହୁ

ଭଲ ପାଏ ବୋଲି
🌹🌹🌹🌹🌹🌹
ଭଲ ପାଏ ବୋଲି ଭୁଲି ମୁଁ ପାରୁନି
ହୃଦୟରେ ଅଛ ପ୍ରିୟା ;
ପ୍ରଥମ ଦେଖାରେ ହଜିଲି ପ୍ରେମରେ
କାହିଁକି କଲ କିମିଆଁ !!
ଅଜଣା ଅଚିହ୍ନା ମୋହରି ଠିକଣା
ପରଖି ନଥିଲ ତୁମେ ;
ଆଶା ବିଶ୍ୱାସରେ ପ୍ରୀତି ପରଶରେ
ଭଲ କି ପାଇଲ ମୋତେ !! ?!!
ଶୟନ ସପନେ ଅବା ଜାଗରଣେ
ଭାବୁଚି ମୁଁ ତୁମ କଥା ;
ଆଖି ସପନରେ ତୁମ ଛବି ଭାସେ
ଅଭୁଲା କହାଣୀ ଗାଥା !!
ଅଳପ ଦିନର ସମ୍ପର୍କ ଆମର
ଗଳପ ହବକି ପ୍ରିୟା ;
ତୁମେ ଚାଲିଗଲ ତୁମ ରାଇଜକୁ
ମୋତେ କରି ଦେଇ ଏକା !!
ଜାଣିନି ଠିକଣା ହେବି ବାଟବଣା
ତୁମକୁ ମୁଁ ପାଇବାକୁ ;
ଆସିବକି ଫେରି ମୋର ସୁନା ପରୀ
ପ୍ରେମ ରଙ୍ଗ ବୋଳିବାକୁ !!
ସମ୍ପର୍କର ଡୋରି କାହିଁକି ବାନ୍ଧିଲ
ମୋ ଆଖିରେ ନିଦ ନାହିଁ ;
ସମାଜିକ ପ୍ରଥା ମନେ ଆଣେ ସଂକା
ସେଥି ପାଇଁ ଭୁଲିଲକି !?!
ନାନା ପ୍ରଶ୍ନ ବାଚୀ ମନେ ମାରେ ଉଙ୍କି
ଜାତି ଧର୍ମ ପ୍ରଥା ଭେଦ ;
ସବୁ ମଣିଷ ର ସମାନ ରକତ
ପ୍ରଭେଦ ନାହିଁତ ସତ !!
ପ୍ରିୟା ଅନାମିକା ଭୁଲିତ ଯିବନା
ଏତିକି ମୋ ଅନୁରୋଧ ;
ମୁଁ ତୁମ ପ୍ରେମୀକ ପ୍ରେମ ମୋ "ପବିତ୍ର
ଅତ୍ମା ମନ ମୋର ଶୁଦ୍ଧ !!

ସଦାନନ୍ଦ ସାହୁ ; କଟକ

2 Comments

  1. - ହୃଷୀକେଶ ପାଢୀ,ବୋଳକଣା, ଡେଲାଙ୍ଗ, ପୁରୀ।September 19, 2018 at 7:24 PM

    ବହୁତ ସୁନ୍ଦର ପରିବେଷଣ ।
    ଚମତ୍କାର ।
    ଧନ୍ୟବାଦ

    ReplyDelete
  2. ହୃଦୟରୁ ଅଜଶ୍ର ଧନ୍ୟବାଦ ଭାଇ

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।