Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ପୁରୁଣା ସ୍ମୃତି - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ରେ ମନ ମୋ ମନ , ରେ ମନ ମୋ ମନ
ଦିନରେ ଦେଖୁଛୁ ବସି କେତେ ସପନ
ଆଉ କି ପାଇବୁ ତୋର ତୋ ପିଲା ଦିନ
ରେ ମନ ମୋ ମନ…।।

ପିଲାଦିନ ଥିଲା ଆହା କେତେ ମଧୂର , ବଇକୁଣ୍ଠ ସମ ଥିଲା ସେ ଘର ମୋର
ଅଜିତ ନାହିଁ ତାହା , ଭାଙ୍ଗି ଯାଇଛି ଆହା
କେହି ନୁହେଁ କାହାର , ଲାଗନ୍ତି ସାତପର
ଏକା ଏକା ଲାଗେ ଆଜି ପରା ଜୀବନ , ରେ ମନ ମୋ ମନ…।।

ନାହିଁ ଆଉ ଗାଁ ର ସେ ଭଗତ ଘର ,  ଶୁଭେନାହିଁ ଭାଗବତ ଅମୀୟ ସ୍ବର
ନାହିଁ ଦୀପ ନାହିଁ ରୁଖା , ଲାଗୁଛି ଫିକା ଫିକା
ସବୁ ହେଲାଣି ଯୁର , ମିଛ ଲାଗେ ସଂସାର
ବନ୍ଧା ପଡିଅଛି ଏବେ ଦେଖ ଜୀବନ , ରେ ମନ ମୋ ମନ…।।

ହଜିଯାଇଅଛି ଗାଁ ସେ ଆମ୍ବ ତୋଟା , ନାହିଁ ଗଛଲତା ସବୁ ଲାଗଇ ଲଣ୍ଡା
ସୁଖିଯାଇଛି ନଇ , ଗୁହାଳେ ଗାଈ ନାହଁ
ହଳ,ଶଗଡ଼ ନାହିଁ , ଜମି ପଡ଼ିଆ ହୋଇ--
ପଡିଅଛି ,ମୁଗ,ବିରି ହୁଏନି ଧାନ , ରେ ମନ ମୋ ମନ…।।

ବୁଢା, ବୁଢ଼ୀ ବାପା,ମାଆ ବୃଦ୍ଧା ଆଶ୍ରମେ , ସ୍ବାପଦ ଜଙ୍ଗଲ ଛାଡ଼ି ବୁଲନ୍ତି ଗ୍ରାମେ
ଭାଙ୍ଗି ଯାଇଛି ଘର , ଯଉଥ ପରିବାର
ଗାଁ ର ପର୍ବ ପର୍ବାଣୀ , ଦଶହରା ଯନ୍ତାଳ
ଆଉ ହେଉନାହିଁ ସବୁ ଲାଗେ ଶ୍ରୀହୀନ , ରେ ମନ ମୋ ମନ…।।

ନାହିଁ ଚାଳଘର ନାହିଁ ଘରଚଟିଆ , ଶ୍ମଶାନ ଜମି ରେ ଘର ହେଲଣି ଠିଆ
ସବୁ ଗଲାଣି ହଜି , ଅସ୍ତାଚଳ ରେ ରବି
ନାହିଁ ସରାଗ,ସୁଖ , ମାଡିଆସଇ ଦୁଃଖ
କାହିଁକି ଖୋଜୁଛୁ ଆଉ ତୋ ପିଲାଦିନ , ରେ ମନ ମୋ ମନ…।।

ପ୍ରଫୁଲ୍ଲ ଖୋଜଇ ଆଜି କାଲି ର ସ୍ମୃତି , ନାହିଁ କିନ୍ତୁ,ମନେ ମୁଁ ରଖିଛି ସାଇତି
ଜୀବର ଜଳଛବି , ରଖିଛି ହୃଦୟେ ଆଙ୍କି
ହଜିଯାଇଛି ସିନା , ଅତୀତ ର ସେ ସ୍ମୃତି
ତଥାପି ମୁଁ ବେଳେ ବେଳେ ଦେଖେ ସପନ , ରେ ମନ ମୋ ମନ…।।

Post a Comment

0 Comments